ପୁରୀ ସିଟି ରୋଡ ବେଡି ହନୁମାନ ମନ୍ଦିର ନିକଟରେ ରାସ୍ତା ତଳକୁ ଧସି ଯାଇଥିବାରୁ ଯାତାୟତ ବନ୍ଦ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସିଟି ରୋଡ ବେଡି ହନୁମାନ ମନ୍ଦିର ନିକଟରେ ରାସ୍ତା ତଳକୁ ଧସି ଯାଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ହେଲେ ଏହାର ମରାମତି ହୋଇ ନ ଥିବାରୁ ଯାତାୟତ ବନ୍ଦ ରହିଛି। ଏହି ରାସ୍ତା ଦେଇ ପର୍ଯ୍ୟଟକ ମାନେ ପୁରୀରୁ କୋଣାର୍କ ଯାତାୟତ କରିଥାନ୍ତି। ହେଲେ ରସ୍ତା ଧସିଯାଇ ଥିବାରୁ ଯାତାୟତ ଠପ୍ ହୋଇଯାଇଛି। ତେବେ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ଏକ ପର୍ଯ୍ୟଟକ ବସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। କିଛି ଅଘଟଣ ହୋଇ ଥିଲେ କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ବେଡି ହନୁମାନ ମନ୍ଦିର ନିକଟ ରାସ୍ତା ଧସିବା ଏହା ପ୍ରଥମ ଥର ନୁହେଁ। ଗତ ବର୍ଷେ ଭିତରେ 4 ଥର ଉକ୍ତ ନିର୍ଦ୍ଦିଷ୍ଟ ସ୍ଥାନ ରେ ରାସ୍ତା ଧସି ଯାଉଚି। ତେବେ ରାସ୍ତା ମରାମତି ନମରେ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓ କିଛି ଠିକାଦାର ରାସ୍ତା ମରାମତି ନାମରେ କେବଳ ଅର୍ଥ ହରିଲୁଟ କରୁଥିବା ସାଧାରଣରେ ଅଭିଯୋଗ ହୋଇଛି। ପୁର୍ବରୁ ନିକଟରେ ଥିବା ଓଡ଼ିଶା ବେକରୀ ନିକଟରେ ରାସ୍ତା ଧସି ଯାଇଥିଲା। ସେହିପରି ସିଟି ରୋଡ ଅନେକ ସ୍ଥାନ ରେ ପିଚୁ ଉଠିଯାଇ ବଡ ବଡ ଗାତ ହୋଇଚି। ଫଳରେ ପଥ ଚାରି ପ୍ରତିଦିନ ଦୁର୍ଘଟଣାର ସମୁଖୀନ ହୋଇ ଆହତ ହେଉଛନ୍ତି। ହେଲେ ପୁରୀ ପୂର୍ତ୍ତ ବିଭାଗର ଯନ୍ତ୍ରୀଙ୍କ ନିଦ ଭାଙ୍ଗୁ ନ ଥିବା ଅଭିଯୋଗ ହେଉଚି। ସେପଟେ ଏହି ଘଟଣା ରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ। ଉକ୍ତ ସ୍ଥାନରେ କାହିଁକି ବାରମ୍ବାର ସ୍ୱେରେଜ୍ ଚାମ୍ବର ଭାଙ୍ଗୁଛି ଓ ରାସ୍ତା ଧସୂଚି ସେ ନେଇ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ୍ ଦେବାକୁ ସ୍ୱେରେଜ ବୋର୍ଡକୁ କୁହାଯାଇଥିବା ଜିଲ୍ଲାପାଳ କହିଛନ୍ତି। ସ୍ଵେରେଜ ନିର୍ମାଣ ପରେ ଏହାର ସଠିକ୍ ରକ୍ଷଣା ବେକ୍ଷଣ କରାଯାଉନଥିବା ଅଭିଯୋଗ ହେଉଥିବା ବେଳେ ଜିଲାପାଳ କହିଚନ୍ତି ଏ ନେଇ ଦୃଷ୍ଟି ଦିଆଯିବ। ସ୍ଵେରେଜ୍ ମେଣ୍ଟେନାସ୍ ଦାୟିତ୍ଵ ନେଇ ଥିବା ସଂସ୍ଥା ସହ ଆଲୋଚନା ହେବ। ସେହିପରି ପୁରୀ ସହର ର ପରିସୀମା ବଢୁଥିବା ଥିବା କେତେକ ସ୍ଥାନକୁ ଶ୍ୱେରେଜ ଯାଇନାହିଁ। ସେହି ଅଞ୍ଚଳ ସର୍ଭେ ହେଇଛି। ସରକାରଙ୍କୁ ଏ ନେଇ ରିପୋର୍ଟ ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଆସିଲେ ଉକ୍ତ ଅଞ୍ଚଳରେ ନୁଆ ଶ୍ୱେରେଜ୍ ସଂଯୋଗ ଦିଆଯିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More