ପୁରୀ ସାହିଯାତରେ ବୁଲିଲା ବନ୍ଧୁକ

11

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ) : – ପୁରୀରେ ସାହିଯାତରେ ବୁଲିଲା ବନ୍ଧୁକ। ସ୍ଥାନୀୟ ଯୁବକ କାବୁ କରି ସମ୍ପୃକ୍ତ ଯୁବକୁ ପୋଲିସରେ ଦେଲେ ଜିମା। ପୁରୀ ହରଚଣ୍ଡୀ ସାହି ହନୁମାନ ଗଡ ଠାରେ ଘଟିଛି ଏହି ଘଟଣା। ଗିରଫ ଅଭିଯୁକ୍ତର ପରିଚୟ ମିଳି ନଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି କହିଛି ପୋଲିସ। ଗତକାଲି ସାହିଯାତ ରାମଲୀଳା ଅବସରରେ ରାବଣ ବଦ୍ଧ ନୀତି ଥିଲା। ତେବେ ହନୁମାନ ଗଡ଼ ଠାରେ ମେଢ଼ ନୃତ୍ୟ ଚାଲିଥିବା ବେଳେ ଜଣେ ଯୁବକ ଜଣକ ଜୋର ଜବରଦସ୍ତ ସେହି ବାଟ ଦେଇ ସ୍କୁଟିରେ ଯିବା ପାଇଁ ଉଦ୍ୟମ କରିଥିଲେ। ସାହିଯାତ ପାଇଁ ପ୍ରବଳ ଭିଡ ଥିବାରୁ ବାଲି ସାହିର କିଛି ଯୁବକ ମାନେ ତାଙ୍କୁ ଅଟକାଇବା ସହ ଅଲଗା ରାସ୍ତା ଦେଇ ଯିବା ପାଇଁ କହିଥିଲେ। ତେବେ କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ନିଜ ଅଣ୍ଟାରୁ ବନ୍ଧୁକ ବାହାର କରି ଅଟକାଇ ଥିବା ଯୁବକ ମାନଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା। ପରେ ସାହିର ଯୁବକ ମାନେ ମିଶି ସମ୍ପୃକ୍ତ ଯୁବକକୁ କାବୁ କରିବା ସହ ପୋଲିସର ଜିମା ଦେଇଥିଲେ। ଟାଉନ ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ସମ୍ପୃକ୍ତ ଯୁବକକୁ ଥାନାକୁ ଉଠାଇ ନେଇଥିବା ବେଳେ ତା ଠାରୁ ଦୁଇଟି ବନ୍ଧୁକ ଜବତ ହୋଇଥିବା ଜଣାପଡିଛି। ଘଟଣାର ତଦନ୍ତ ପରେ ସମସ୍ତ ସୂଚନା ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More