ପୁରୀ ସହରର ନବକଳେବର ରୋଡ ପାଲଟିଛି ମରଣଯନ୍ତା

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରର ନବକଳେବର ରୋଡ ରାସ୍ତା ହୋଇପଡିଛି ଶୋଚନୀୟ । ମୁଖ୍ୟ ଜାତୀୟ ରାଜପଥ ରାସ୍ତାକୁ ସଂଯୋଗ କରୁଥିବା ନବକଳେବର ରୋଡ଼ର ଅବସ୍ଥା ଏବେ ନ କହିଲେ ନଚଳେ । ଯାହାର ଉନ୍ନତିକରଣ ଅଥବା ନବୀକରଣ ପାଇଁ ଗତ ବର୍ଷ ୨୦୨୨ ଅଗଷ୍ଟ ମାସରେ ପ୍ରାୟ ୧ କୋଟି ୭୦ ଲକ୍ଷ ଟଙ୍କା ଅର୍ଥ ବଳରେ ସମ୍ପୂର୍ଣ କାମ ଶେଷ ହୋଇଥିଲା ବୋଲି ପୁରୀ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ସ୍ମୃତି ରଞ୍ଜନ ଦଳାଇ ଫୋନ ରେ ପ୍ରତିକ୍ରିୟା ଦେଇ କହିଛନ୍ତି ଏବଂ ସେ ଏହି ଘଟଣାକୁ ପିଏଚଡ଼ି ଉପରେ ଦାୟୀ ଦେଇ କହିଛନ୍ତି କି ଏହି ରାସ୍ତାରେ ଥିବା ସମସ୍ତ ମ୍ୟାନହୋଲର ମରାମତି କରିବା ପାଇଁ ଏହି ଭଳି ସମସ୍ୟା ଉପୁଜିଛି ଓ ରାସ୍ତା ଦବିଛି ଓ ଆଗାମୀ ଦିନରେ ପିଏଚଡି ଏହା କଂକ୍ରିଟ ରୋଡ଼ କରିବ ବୋଲି ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଯଦି ସହରର ପ୍ରମୁଖ ପ୍ରବେଶ ପଥକୁ ସିମେଣ୍ଟ କଂକ୍ରିଟ କରାଯିବ ଏବଂ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ୧୦୦ରୁ ଉର୍ଢ଼ ବସ ଚଳାଚଳ ହୁଏ ଏବଂ ବସରେ କେତେ ସୁରକ୍ଷିତ ରହିବେ ଯାତ୍ରୀ ତାହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ? ଅନ୍ୟପଟେ ଏବେ ଏତେ ପରିମାଣର ଅର୍ଥ ରେ ତ ନିର୍ମାଣ କାମ ଶେଷ ହେଲା କିନ୍ତୁ ଉକ୍ତ ରାସ୍ତା ଏବେ ବର୍ଷା ଦିନରେ ସିମେଣ୍ଟ ଦସ୍ତ ପକାଇବା ଫଲରେ ସୃଷ୍ଟି ହେଉଛି କାଦୁଅ ଓ ଟିକେ ଖରା ହେଲେ ଧୂଳିର ଧୂଆଁ ରେ ପ୍ରଦୂଷଣ ହେବାରୁ କିଛି କମ ନୁହେଁ । ୧୧ ମାସ ମଧ୍ୟ ରେ ସୃଷ୍ଟି ହେଲା ପିଚୁ ରେ ଫାଟ ଓ ଦବିଲା ରାସ୍ତା , ଛାଡ଼ିଗଲା ପିଚୁର ଉପର ଭାଗ ଦେଖାଗଲା ଭିତର କଂକ୍ରିଟ ଯାହା ଆପଣ ଦେଖୁଛନ୍ତି ଏହି ଫୋଟୋ । ଏହା ହେଉଛି ବାସ୍ତବ ଦୃଶ୍ୟ ଯାହା ପ୍ରତ୍ୟେକ ଦିନ ୧୦୦ରୁ ଉର୍ଢ଼ ବସ ଯିବା ଆସିବା କରିଥାଏ ରାଜ୍ୟ ର କୋଣ ଅନୁକୋଣକୁ ଏବଂ ରାସ୍ତାର ଯଦି ଏ ପରି କାମ ହେବ ଜନସାଧାରଣ ଏହୀ ପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ଗତ ୪ ଦିନ ହେବ ପୁରୀ ସହରରେ ଲଘୁଚାପ ଜନିତ ବର୍ଷା ଲାଗି ଥିଲା ଏବଂ ଏହି ସମୟରେ ଦେଖାଯାଇଛି କି ଦବିଯାଇଥିବା ଅଂଶକୁ କି ପରି ଭାବେ ଲୁଚାଇଇବେ ତାହାକୁ ବଡ଼ ଚତୁରତା ସହ ସିମେଣ୍ଟ ଦସ୍ତ ପକାଇ ଏକ ପ୍ରକାର କାଦୁଅ ସୃଷ୍ଟି କରିବାକୁ ମଧ୍ୟ ପଛାଇଲେ ନାହିଁ ଉକ୍ତ ବିଭାଗର କର୍ମଚାରୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ପୁରୀ ସହର କୁ ଐତିହ୍ୟ ସହର ରୂପେ ଗଢି ତୋଳିବା ସ୍ୱପ୍ନ ଦେଖିବା ବେଳେ କିଛି ଅସାଧୁ ପୂର୍ତ୍ତ ବିଭାଗ ର ଅଧିକାରୀ ସମେତ ଅନ୍ୟ ବିଭାଗ ର ବରିଷ୍ଠ ଅଧିକାରୀ ଓ କିଛି ଅସାଧୁ ଠିକାଦାର ସାମିଲ ଥିବାରୁ ଏହି ପ୍ରକାର ନିମ୍ନ ମାନର କାମ ଶ୍ରୀକ୍ଷେତ୍ର ପୁରୀରେ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପୁରୀ ଜିଲ୍ଲା ସଭାପତି ଜୟନ୍ତ କୁମାର ଦାସ ଓ ସଦର ବ୍ଲକ କଂଗ୍ରେସ ସଭାପତି ଅଭିନାଶ ମିଶ୍ର ଏହି ପ୍ରକାର ନିମ୍ନ ମାନ କାମକୁ ଦୃଢ଼ ନିନ୍ଦା କରିବା ସହ ପୂର୍ତ୍ତ ବିଭାଗ ର କନିଷ୍ଠ ଯନ୍ତ୍ରୀ ସହ ବରିଷ୍ଠ ଅଧୀକାରୀ ଓ କାମ କରିଥିବା ଠିକାଦାର ବିରୋଧ ରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More