ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ହାପିନେସ ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରର ଅଗ୍ରଣୀ ଅନୁଷ୍ଠାନ ହାପିନେସ ଫାଉଣ୍ଡେସନର ତୃତୀୟ ବାର୍ଷିକ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ,ସହକାରୀ ଜଙ୍ଗଲ ସୁରକ୍ଷା ଅଧିକାରୀ ଉତ୍ତମ କୁମାର ଗଡ଼ନାୟକ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ,ନେହେରୁ ଯୁବ କେନ୍ଦ୍ର ର ଅଧିକାରୀ ଜୟ ଶଙ୍କର ଯୋଶୀ,ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଯୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିବା ସହ ହାପିନେଶ୍ ଫାଉଣ୍ଡେସନ ର ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।ଅତିଥି ମାନଙ୍କ ଦ୍ଵାରା ଏକ ଲୋଗୋ ଉନ୍ମୋଚନ ହୋଇଥିଲା । ପ୍ରତେକ ସମୟରେ ଗରିବ ଲୋକଙ୍କ ପାଖରେ ଠିଆ ହେଉଛି ହାପିନେସ୍ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ଏବଂ କିଛି ସ୍ବେଚ୍ଛାସେବୀ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା ।ଏହାପରେ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବା ସହ କେକ୍ କାଟି ହାପିନେଶର ତୃତୀୟ ଜନ୍ମ ବାର୍ଷିକକୁ ପାଳନ କରିଥିଲେ ।ଶେଷରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More