ପୁରୀ (ସଂଘର୍ଷ ମିଡିଆ) : – ଆଜି ଶାରଦୀୟ ଦୁର୍ଗାପୂଜାରେ ମହାଷ୍ଟମୀ ତିଥି। ଏହି ଅବସର ରେ ଶ୍ରୀକ୍ଷେତ୍ର ପୁରୀ ସହରରେ ଥିବା ବିଭିନ୍ନ ପୁଜା ମଣ୍ଡପ ଗୁଡିକରେ ମାଙ୍କ ମହାଷ୍ଟମୀ ପୁଜା ଅନୁଷ୍ଠିତ ହେଉଚି। ଦେବୀ ଦୁର୍ଗାଙ୍କୁ ମହାଷ୍ଟମୀ ରେ ଆରାଧନା କରିବା ପାଇଁ ପୁଜା ମଣ୍ଡପ ଗୁଡିକରେ ଭକ୍ତଙ୍କ ବେଶ୍ ଭିଡ଼ ଲାଗିରହିଛି। ବିଶେଷ କରି ମହିଳା ମାନେ ମହାଷ୍ଟମୀକୁ ବ୍ରତ ଭବେ ପାଳନ କରିଥାନ୍ତି। ମାଙ୍କ ପୂଜାର୍ଚ୍ଚନା ସହିତ ଦର୍ଶନ କରି ସାରିବା ପରେ ମହିଳା ଭକ୍ତ ମାନେ ପ୍ରସାଦ ସେବନ କରିଥାନ୍ତି। ପରମ୍ପରା ଅନୁଯାୟୀ ମାଙ୍କୁ ନୁଆ ଶାଢୀ ଲାଗି କରିବା ପରେ ମହିଳା ମାନେ ନୂତନ ଶାଢୀ ପରିଧାନ କରିଥାନ୍ତି । ତେବେ ମାଙ୍କୁ ପୂଜାର୍ଚ୍ଚନା କରିବା ସହ ପରିବାର, ସମାଜ ମଙ୍ଗଳ କାମନା କରିଥାନ୍ତି ବ୍ରତଧାରି ମାନେ। କେବଳ ସେତିକି ନୁହେଁ ଭକ୍ତ ମାନେ ବିଭିନ୍ନ ପୁଜା ମଣ୍ଡପ ବୁଲି ମେଢ଼ ଦେଖିବା ସହ ଶାରଦୀୟ ଦୁର୍ଗାପୂଜାର ମଜା ଉଠାଉଛନ୍ତି।ସେପଟେ ମହାଷ୍ଟମୀ ଅବସରରେ ପୂଜକ ମାନେ ମା ଦୁର୍ଗାଙ୍କ ମହାଷ୍ଟମୀ ପୁଜା ପାଇଁ ସକାଳୁ ପ୍ରଥମେ ସୁର୍ଯ୍ୟ ପୁଜା, ପଞ୍ଚ କର୍ମ ସହ ବିଭିନ୍ନ ପୁଜା କରିଥାନ୍ତି। ରାତିରେ ନବମୀ ପୁଜା ଅନୁଷ୍ଠିତ ହେବ। ଏହା ପୁର୍ବରୁ ସନ୍ଧି ପୂଜା, ବଳୀ ଦାନ ନୀତି ଅନୁଷ୍ଠିତ ହେବ। ତେବେ ଶାରଦୀୟ ଦୁର୍ଗାପୂଜାରେ ନିଷ୍ଠା ର ସହ ଯେଉଁ ଭକ୍ତ ମାଙ୍କୁ ପୂଜାର୍ଚ୍ଚନା କରି ଆରାଧନା କରିଥାନ୍ତି ସେମାନଙ୍କୁ ଅଶେଷ ପୁଣ୍ୟ ମିଳିବା ସହ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂଜକ କହିଚନ୍ତି। ପୁରୀ ସହର ର ଅନ୍ୟତମ ପୁରାତନ ପୁଜା ମଣ୍ଡପରେ ଅନ୍ୟତମ ପୁଜା ମଣ୍ଡପ ହେଉଚି ବଡ ଶଙ୍ଖ ଦୁର୍ଗା ପୂଜା କମିଟି। ପ୍ରତିବର୍ଷ ଶାରଦୀୟ ଦୁର୍ଗାପୂଜାକୁ ବେଶ୍ ଆଡମ୍ବର ସହକାରେ ପାଳନ କରାଯାଏ। ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ସପ୍ତମି, ଅଷ୍ଟମୀ ଓ ନବମୀ ରେ ମାଛ ଭୋଗ ହୋଇଥାଏ। ତେବେ ବଡଶଙ୍ଖ ଦୁର୍ଗା ପୂଜା କମିଟି ଆସନ୍ତାବର୍ଷ 50 ତମ ଦୁର୍ଗା ପୂଜା ଉତ୍ସବ ଆୟୋଜନ କରିବ। ଏହାକୁ ସ୍ମରଣ କରି ରଖିବା ପାଇଁ ଆସନ୍ତାବର୍ଷ ରୁପା ମେଢ଼ ନିର୍ମାଣ ର ଯୋଜନା ରହିଛି।