ପୁରୀ ସହରରେ ଆରଟିଓଙ୍କ ଅଚାନକ ଚଢ଼ାଉ, ଫାଇନ୍ ଗଣିଲେ ମଦୁଆ ଅଟୋ ଡ୍ରାଇଭର

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କରେ ଆରଟିଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ l ଦ୍ରୁତ ଗତିରେ ବେନିଅମ ଯାତ୍ରା କରୁଥିବା ଏକ ଅଟୋ ଯାନ ଚାଳକକୁ ପୁରୀ ଆରଟିଓ ଅଟକାଇ ଥିବା ବେଳେ ଡ୍ରାଇଭର ମଦ ପିଇ ଥିବl ଜଣା ପଡି ଥିଲା l ଉକ୍ତ ଡ୍ରାଇଭରଙ୍କୁ କୋଡିଏ ହଜାର ଫାଇନ କରି ଗାଡିକୁ ସଦର ଥାନା ଠାରେ ସିଜ କରାଯାଇଥିଲା l ଆଜି ଚଢ଼ାଉ ବେଳେ 48 ଗୋଟି ଇ ଚାଲାଣ କରାଯାଇ ବିଭିନ୍ନ ଯାନ ବାହାନ ଯାଞ୍ଚ କରି ସମୁଦାୟ ଦୁଇ ଲକ୍ଷ 93 ହଜାର 213 ଟଙ୍କା ଫାଇନ କରାଯାଇଛି l ଏହି ଯାଞ୍ଚ ବେଳେ ଟ୍ରାଫିକ ଅଫିସର ଏସ କେ ପାତ୍ର, କନେଷ୍ଟବଲ ରାଜେଶ ସାମନ୍ତ ସିଂହାର, ଅଶୋକ କେଷ୍ଟl, ପ୍ରମୁଖ ଷ୍ଟାଫ ସାମିଲ ଥିଲେ l ଏବଂ ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏଇ ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଓ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆଙ୍କୁ ପ୍ରକାଶ କରିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More