ପୁରୀ ସହରରେ ଅପରାଧିକ କାର୍ଯ୍ୟ ବୃଦ୍ଧି

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରରେ ଅପରାଧିକ କାର୍ଯ୍ୟକଳାପ ବଢିବାୋ ଲାଗିଛି । । ସୋମବାର ରାତି ପ୍ରାୟ ୧୦ ଟା ୩୦ ସମୟରେ ପୁରୀ କୁମ୍ଭାରପଡା ଥାନା ଅନ୍ତର୍ଗତ ଦରଜିପୋଖରୀ ଛକ ନିକଟରେ ଜଣେ ଯୁବକଙ୍କୁ ଛୁରୀରେ ଦୁଇ ଜଣ ଦୁବୃତ ଆକ୍ରମଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆହାତ ହୋଇଥିବା ଯୁବକ ଜଣଙ୍କ ହେଉଛନ୍ତି କୁମ୍ଭାରପଡା ଥାନା ଅନ୍ତର୍ଗତ ତଳ ମାଳିସାହିର ଶୁଭମ ବାରିକ୍ (୨୪) । ଗୋପାଳପୁର ଠାରେ ଏକ ନିଶା ନିବାରଣ କେନ୍ଦ୍ରରେ କାର୍ଯ୍ୟ କରନ୍ତି । ତେବେ ସୋମବାର ରାତି ପ୍ରାୟ ୧୦ ଟା ୩୦ ମିନଟ୍ ସମୟରେ ଆହାତ ହୋଇଥିବା ଶୁଭମ ଦରଜି ପୋଖରୀ ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବିରିୟାନୀ ଆଣିବା ପାଇ ହୋଇଥିବା ବେଳେ ଦୁଇଜଣ ଯୁବକ ଆସି ଏକ ମାରଣାତ୍ସରେ ତାଙ୍କୁ ଆକ୍ରମଣ କରିଥିଲେ ।ତେବେ ଶୁଭମ ତାଙ୍କ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ । ପରେ ଚିିକିତ୍ସା ପାଇଁ ତାଙ୍କୁ ସଦରମୁଖ୍ୟ ଚିକିତ୍ସାଳୟରେ ଭତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅପର ପକ୍ଷରେ ପୋଲିସ ଘଟଣା ସମ୍ପର୍କରେ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି । ତେବେ ଛୁରୀ ମାଡର କାରଣ ଜଣାପଡି ନଥିଲେ ମଧ୍ୟ ନିଶା ବିବାରଣ ରେ ପୂର୍ବରୁ ନିଶା ନିବାରଣ କେନ୍ଦ୍ରରେ ଆଡମିଟ୍ ହୋଇଥିବା କିଛି ଅପରାଧି ଏପରି ଘଟଣା ଘଟାଇଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More