ପୁରୀ ସହରବାସୀଙ୍କ ମଧ୍ୟରେ କଲେରା ଆତଙ୍କ

52

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହର ବାସୀଙ୍କ ମଧ୍ୟରେ ଆତଙ୍କ। ପୁରୀର ବାରାହୀ ଲେନ୍, ଶ୍ବେତଗଙ୍ଗା ଲେନ୍, ଗୁଡିଆ ସାହି ଓ ତିଆଡି ସାହି ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି। ଏଥିରେ ଏକାଧିକ ଲୋକ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ଦ୍ବାରା ଚିକିତ୍ସିତ ହେଉଥିବା ବେଳେ ଦୁଇଜଣଙ୍କର ମଧ୍ୟ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ସାଂଘାତିକ ଅଭିଯୋଗ ଆସିଛି। ମୃତକ ଦୁଇଜଣ ହେଉଛନ୍ତି ବାରାହୀ ଲେନ୍ ର ଦାମୋଦର ପଣ୍ଡା ଓ ପୂର୍ଣ୍ଣବାସୀ ମଠର ଶ୍ରୀମତୀ ଦାସି। ଏହି ଦୁଇଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ ଦିନକୁ ଦିନ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ଝାଡ଼ାବାନ୍ତି ଆକ୍ରାନ୍ତ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ସମାଧାନ କରିବାକୁ ଦାବି ହୋଇଛି। ପୁରୀ ସହରରେ ଘରକୁ ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ଅଧିକାଂଶ ପାଇପ୍ ଡ୍ରେନ୍ ଭିତରେ ରହିଥିବା ଦେଖିବାକୁ ମିଳିଛି। ତେବେ ପାଇପ୍ ରେ ଛିଦ୍ର ସୃଷ୍ଟି ହୋଇ ନଳା ପାଣି ପଶି ପାନୀୟ ଜଳକୁ ସମ୍ପୂର୍ଣ୍ଣ ଦୂଷିତ କରିଥିବା ଅଭିଯୋଗ ହୋଇଛି। ତେଣୁ ଝାଡ଼ାବାନ୍ତି ପୁରୀରେ ବ୍ୟାପି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କାଳବିଳମ୍ବ ନକରି ତୁରନ୍ତ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ନଳା ଭିତରେ ଯାଇଥିବା ପାଇପରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇ ନୂଆ ପାଇପ୍ ଜରିଆରେ ପାନୀୟ ଜଳ ଯୋଗାଣ କରାଯିବାର ଆବଶ୍ୟକତା ଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେପଟେ ଝାଡ଼ାବାନ୍ତି ବ୍ୟାପିବା ଘଟଣା ଜଣାପଡିବା ପରେ ଜନସ୍ବାସ୍ଥ୍ୟ ବିଭାଗର ବଳିଆପଣ୍ଡା ସେକ୍ସନ ଆସିଷ୍ଟାଣ୍ଟ ମ୍ୟାନେଜର ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଡ୍ରେନ୍ ଭିତରେ ଯାଇଥିବା ପାଇପ୍ ଗୁଡ଼ିକ ଚିହ୍ନଟ କରି ନୂତନ ପାଇପ୍ ଯୋଗେ ଜଳଯୋଗାଣ ପାଇଁ ପଦକ୍ଷେପ ନିଆଯାଉଥିବା ଓ୍ବାଟ୍ କୋ ଆସିଷ୍ଟାଣ୍ଟ ମ୍ୟାନେଜର କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More