ପୁରୀ ସମୁଦ୍ରରେ ଅଘଟଣ: ୨ ବଙ୍ଗୀୟ ପର୍ଯ୍ୟଟକ ମୃତ, ଜଣେ ଉଦ୍ଧାର

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସମୁଦ୍ରରେ ଅଘଟଣ। ସମୁଦ୍ରରେ ବୁଡି ୨ ବଙ୍ଗୀୟ ପର୍ଯ୍ୟଟକ ମୃତ । ବେଳାଭୂମୀରେ ସେକ୍ଟର ୧୨ ଓ ୧୩ ବାଥିଂ ଜୋନରେ ଘଟିଛି ଅଘଟଣ । ଅନ୍ୟ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ , ପଶ୍ଚିମବଙ୍ଗର ୫ ଜଣ ପର୍ଯ୍ୟଟକ ପୁରୀ ବେଳାଭୁମିର ସ୍ଵର୍ଗଦ୍ଵାର ନିକଟ ୧୩ନଂ ସେକ୍ଟରରେ ସ୍ନାନ କରୁଥିବା ସମୟରେ ହଠାତ ଏକ ବଡ ଲହଡିରେ ଭାସିଯାଇ ଥିଲେ 3 ଜଣ ପର୍ଯ୍ୟଟକ। ହେଲେ ପରେ ଜଣଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ ଲାଇଫଗାର୍ଡ କର୍ମଚାରୀ। କିନ୍ତୁ 2 ଜଣ କିଛି ସମୟ ପରେ ଭାସି ଭାସି କୂଳରେ ଲାଗିଥିଲେ । ଏନେଇ ତାଙ୍କୁ ତୁରନ୍ତ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣେ ପର୍ଯ୍ୟଟକ ସୁନିଲ ଶେଖର ଗୁରୁତର ଅବସ୍ଥାରେ ପୁରୀ ବଡଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ପରିବାର ଆସି ପହଞ୍ଚିଛନ୍ତି। ତେବେ ସମୁଦ୍ରକୂଳ ଥାନା, ବଳିଆପଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ କରୁଛି। ମୃତକ ଦୁଇ ଜଣ ପର୍ଯ୍ୟଟକଙ୍କ ପରିଚୟ ଜଣାପଡିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More