ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସମୁଦ୍ରକୂଳ ଥାନା ଦ୍ୱାରା ଡକାୟତି ଯୋଜନା ପଣ୍ଡ l ପୁରୀ ପେଣ୍ଠକଟା ନିକଟରେ ଏକ ଡ଼ଙ୍ଗା ତିଆରି କାରଖାନା ନିକଟ ବେହେରା ସାହି ଠାରେ କିଛି ଦୁର୍ବୁତ୍ତ ଏକାଠି ହୋଇ ବଡଧରଣର ଡକାୟତି କରିବା ଲାଗି ଯୋଜନା କରୁଥିବା ବେଳେ ଖବର ପାଇ ସମୁଦ୍ରକୂଳ ଥାନା ପୋଲିସ ବେହେରା ସାହିରେ ଚଢ଼ାଉ କରି 6ଜଣ ଦୁର୍ବୁତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ସମୁଦ୍ର କୂଳ ଥାନା ପୋଲିସ l ଅଭିଯୁକ୍ତ ମାନେ ହେଲେ ପୁରୀର ମାନସ ବେହେରା, ପି ସୁରେଶ,ମିକି, ନବୀନା ସାହୁ, ପି ଶ୍ରୀନୁ ଏବଂ ଆସର୍ବାଦ ଚମ୍ପତିରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଅଭିଯୁକ୍ତ ଙ୍କ ଠାରୁ ଗୋଟିଏ ଖଣ୍ଡା, ଲଙ୍କା ଗୁଣ୍ଡ ଏବଂ ବିଭିନ୍ନ ମରଣାସ୍ତ୍ର ଜବତ କରିଛି ସମୁଦ୍ରକୂଳ ଥାନା ପୋଲିସ l ପୁରୀ ପୋଲିସର ସ୍ୱତନ୍ତ୍ର ଡ୍ରାଇଭରେ ବର୍ତମାନ ସୁଦ୍ଧା 77ଜଣ ଅପରାଧୀଙ୍କୁ ବିଭିନ୍ନ ମାମଲାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମିଳନୀରେ ପୁରୀ ସିଟି ଡିଏସ୍ପି ସୂଚନା ଦେଇଛନ୍ତି l