ପୁରୀ ସଦର ଥାନା କଣ୍ଠପୁର ନିକଟ ଗୋପାଳପୁର ସାହୀରେ ବିଭତ୍ସ ହତ୍ୟାକାଣ୍ଡ

45

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସଦର ଥାନା କଣ୍ଠପୁର ନିକଟ ଗୋପାଳପୁର ସାହୀରେ ବିଭତ୍ସ ହତ୍ୟାକାଣ୍ଡ। ପୁର୍ବ ଶତୃତା କୁ କେନ୍ଦ୍ର କରି ପୁତୁରା ଗାଁ ଦାଣ୍ଡ ରେ ହତ୍ୟାକଲା ଦାଦାକୁ। ଧାରୁଆ ଅସ୍ତ୍ର ଅତି ଅମାନୁଷିକ ଭାବେ ପୁତୁରା ହତ୍ୟା କରିଛି ଦାଦାକୁ । ମୃତକ ହେଲେ ବିର ବରାଳ। ତାଙ୍କୁ ହତ୍ୟା କରିଥିବା ପୁତୁରା ହେଉଚି ପପୁ ବରାଳ। ପପୁକୁ ପୁରୀ ସଦର ଥାନା ପୋଲିସ ଅଟକ ରଖୀ ପଚରାଉଚରା କରୁଛି। ଘଟଣା ସ୍ଥଳ ରେ ପୋଲିସ୍ ପହଂଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରଂଭ କରିଚି। ତେବେ ମୃତ ବିର ବରାଳଙ୍କ ବୋହୂ ଙ୍କ କହିବା କଥା ତାଂକ ଶଶୁର ଗତକାଲି ରାତି ଘର ନିକଟରେ ଥିବା ତାଂକ ଦୋକାନ ଘର ନିକଟକୁ ଶୋଇବାକୁ ଯାଇଥିଲେ। ତେବେ ଆଜି ସକାଲୁ ତାଙ୍କର ମୃତ ଦେହ ଦେଖିବାକୁ ମିଲିଥିଲା। ତେବେ ଅଟକ ଥିବା ଅଭିଯୁକ୍ତ ପପୁ ବରାଳଙ୍କ ପରିବାର ଶହ ଦାଦା ବିର ବରାଳଙ୍କ ପୁର୍ବରୁ ଜମି ବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥଲା। ଗାଁରେ ସମାଧାନ ମଧ୍ୟ ହୋଇଥଲା। ହେଲେ ପପୁ ବରାଳ କୁନ୍ତୀ ବିରଙ୍କ ଉପରେ ଅସନ୍ତୁଷ୍ଠ ଥିଲେ। ଗତକାଲି ମଧ୍ୟ ରାତିରେ ଏକାନ୍ତର ସୁଜୋଗ ନେଇ ବିର ସୋଇଥିବା ଅବସ୍ଥାରେ ଆକ୍ରମଣ କରି ହତ୍ୟା କରିଥିବା ମୃତକଙ୍କ ବୋହୂ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେପଟେ ପୁରୀ ସଦର ଥାନା ପୋଲିସ କହିଛି ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତକୁ ଅଟକ ରଖି ପଚରଉଚରା ଚାଲିଚି। ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More