ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସକୁ ମିଳିଛି ବଡ ସଫଳତା, ୭ କୁଖ୍ୟାତ ଅପରାଧୀ ଗିରଫ

29

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ସଦର ଓ ଚନ୍ଦନପୁର ଥାନା ପୋଲିସକୁ ମିଳିଛି ବଡ ସଫଳତା ମିଳିଛି। ପୁରୀ ଏସପି ଡଃ॰ କନୱର ବିଶାଳ ସିଂଙ୍କ ନେତୃତ୍ବରେ ଫିଲ୍ ପୁରୀ ସେଫ୍, ଫିଲ ପୁରୀ କ୍ଲିନ୍ ଅଭିଯାନ ଚାଲିଛି। ଏହି କ୍ରମରେ ପୁରୀ ସଦର ୪ ଜଣ ଓ ଚନ୍ଦନପୁର ଥାନା ପୋଲିସ ୩ ଜଣଙ୍କୁ ମିଶାଇ ମୋଟ ୭ ଜଣ କୁଖ୍ୟାତ ଅପରାଧୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଦେଶୀ ବନ୍ଧୁକ, ଲୁହା ରଡ଼, ଖଣ୍ଡା, ଲଙ୍କା ଗୁଣ୍ଡ ,‌ ଛୁରୀ ଜବତ କରିଛି ପୋଲିସ। ଏହି ଅଭିଯୁକ୍ତମାନେ ପୁରୀ-ବ୍ରହ୍ମଗିରି ରାସ୍ତା ଓ ପୁରୀ ଜଗନ୍ନାଥ ସଡ଼କରେ ଡକାୟତି ଯୋଜନା କରୁଥିଲେ। ଗିରଫ ଅଭିଯୁକ୍ତ ହେଉଛନ୍ତି ଛବି ପ୍ରଧାନ, ସୁକାନ୍ତ କୁମାର ମଲ୍ଲିକ, ଉମାକାନ୍ତ ଦାସ, ସନ୍ତୋଷ ଦାସ, ଜୟ ମୁଦୁଲି, ଉମେଶ ଦାସ ଓ ମିଥୁନ ଭୋଇ। କେବଳ ଉମେଶକୁ ବାଦ୍ ଦେଲେ ସମସ୍ତଙ୍କ ନାମରେ ସଦର ଓ ଚନ୍ଦନପୁର ଥାନାରେ ଅନେକ ମାମଲା ରହିଛି। ତେବେ ଦୁଇଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏ ନେଇ ଆଜି ସଦର ଏସଡିପିଓଙ୍କ କାର୍ଯ୍ୟଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More