ପୁରୀ ଶଙ୍କରାଚାର୍ଯ୍ୟଙ୍କ ପୀଠରେ ଗୁରୁପୂର୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ପାଳିତ

11

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଭଗବତ୍‌ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ପୁରୀ ଗୋବର୍ଦ୍ଧନ ମଠ ଶଙ୍କରାଚାର୍ଯ୍ୟ ପୀଠରେ ଆଷାଢ଼ ପୂର୍ଣ୍ଣିମାରେ ଗୁରୁପୂର୍ଣିମା ମହୋତ୍ସବ ପାରମ୍ପରିକ ରୀତିନୀତିରେ ମହା ଆଡ଼ମ୍ବରରେ ପାଳିତ ହୋଇଛି । ପ୍ରାତଃ ୮ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ପୀଠର ଆଚାର୍ଯ୍ୟ ଓ ପୂର୍ବାଚାର୍ଯ୍ୟମାନଙ୍କର ପୂଜନ ସ୍ଵାମୀ ନିର୍ବିକଳ୍ପାନନ୍ଦ ସରସ୍ଵତୀଙ୍କ ଦ୍ଵାରା ସମ୍ପନ୍ନ ହେବାପରେ ଦିନ ୧୦ଟା ଠାରୁ ଭକ୍ତମାନଙ୍କ ଦ୍ବାରା ପୀଠାଧିଶ୍ବର ପୂଜ୍ୟ ୧୪୫ତମ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୫ ଘଟିକାରୁ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଭଗବତ୍ପାଦ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜଙ୍କ ପୌରୋହିତ୍ୟରେ ଗୋବର୍ଦ୍ଧନମଠ ସତ୍ସଙ୍ଗ ଭବନରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ପୁରୀ ଗୋବର୍ଦ୍ଧନ ମଠ ପରିସରରେ ପବିତ୍ର ଗୁରୁପୂର୍ଣ୍ଣମୀ ଭକ୍ତିପୂତ ପରିବେଶ ମଧ୍ୟରେ ପାଳିତ ହୋଇଛି। ଗୁରୁପୂର୍ଣ୍ଣିମାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି ମହର୍ଷି ବ୍ୟାସଙ୍କ ଆଶୀର୍ବାଦରୁ ସମଗ୍ର ବିଶ୍ୱ ଓ ରାଷ୍ଟ୍ରର କଲ୍ୟାଣ ହେଉ। ମାନ୍ୟବର ସୁପ୍ରିମକୋର୍ଟ ଶ୍ରୀମନ୍ଦିରର ଧାର୍ମିକ ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଗ୍ରହଣ କରିବା ପାଇଁ କହିଛନ୍ତି। ତେଣୁ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପରିଚାଳନା କମିଟି ମୋ ନିକଟକୁ ଆସିଲେ ମୁଁ ଉଚିତ୍ ପରାମର୍ଶ ଦେବି ବୋଲି କହିଛନ୍ତି ଜଗଦଗୁରୁ ଶଂକରାଚାର୍ଯ୍ଯ। ସେହିପରି ଭାରତର ସନାତନ ହିନ୍ଦୁ ଧର୍ମକୁ ସାରା ବିଶ୍ଵରେ ଅଧିକ ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବ୍ୟକ୍ତି ଆଗେଇ ଆସିବାକୁ ଶଙ୍କରାଚାର୍ଯ୍ୟ ଆହ୍ଵାନ ଦେଇ ଥିଲେ। ସେପଟେ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଭକ୍ତ ମାନେ ଜଗତଗୁରୁଙ୍କୁ ପୂଜା କରିବା ସହ ଆଶିର୍ବାଦ ନେଇ ନିଜକୁ ଧନ୍ୟ ମଣିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More