ପୁରୀ ରେଳ ଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : ପୁରୀ ରେଳଷ୍ଟେସନ ଖୁବ ଶୀଘ୍ର ହେବ ବିଶ୍ୱସ୍ତରୀୟ ରେଳ ଷ୍ଟେସନ । ରେଳମନ୍ତ୍ରୀ ଆଶ୍ୱିନି ବୈଷ୍ଣବ ପୁରୀ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ଏଥିପାଇଁ 364 କୋଟି ଟଙ୍କାର ଟେଣ୍ଡର ହୋଇଛି । ଆଉ ଦୁଇ ମାସ ଭିତରେ କାମ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ କୁ ବିଶ୍ୱ ସ୍ତରୀୟ ହେରିଟେଜ ସିଟି ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସ୍ୱପ୍ନ ରହିଛି । ଏଥିପାଇଁ ପୁରୀରେ ବିମାନ ବନ୍ଦର ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି ।ସେହିପରି ଭୁବନେଶ୍ୱରରୁ ପୁରୀକୁ ମଧ୍ୟ ଏକ ବିଶ୍ୱ ସ୍ତରୀୟ ଟ୍ରେନ ଚାଲିବ । ଯାତ୍ରୀ ମାନେ ଆରାମ ଦାୟକ ଯାତ୍ରା କରି ପାରିବେ । ପୁରୀ ରେଲୱେ ଷ୍ଟେସନ ର ଡିଜାଇନ ସ୍ତାନୀୟ ଐତିହ୍ୟ କଳା କୃତୀକୁ ନେଇ ହେବ । ରଥ ଯାତ୍ରା ପାଇଁ ରେଲୱେ ପକ୍ଷରୁ 200 ରୁ ଅଧିକ ଟ୍ରେନ ପୁରୀକୁ ଚାଲିବ । ଯାତ୍ରୀ ମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର , ଖାଦ୍ୟ ବିତରଣ ମଧ୍ୟ କରାଯିବ । ଆସନ୍ତା 2024 ସୁଦ୍ଧା ପୁରୀ ରେଲୱେ ଷ୍ଟେସନ ର ନିର୍ମାଣ କାର୍ଯ୍ୟ ସରିବାକୁ କେନ୍ଦ୍ର ସରକାର ଟାର୍ଗେଟ ରଖିଛନ୍ତି । ପୁରୀକୁ ଦିନକୁ ଦିନ ଯାତ୍ରୀଙ୍କ ସଂଖ୍ୟା ବଢୁଥିବା ବେଳେ ସୁବିଧା ପ୍ରଦାନ ପାଇଁ ସବୁ ପଦକ୍ଷେପ ନିଆଯାଉ ଥିବା ରେଳମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More