ପୁରୀ ରେଳ ଷ୍ଟେସନର ନୂତନ ନିର୍ମାଣଧୀନ କୋଠା ଭୁଶୁଡି ୪ ଶ୍ରମିକ ଆହତ

57

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ରେଳ ଷ୍ଟେସନର ନୂତନ ନିର୍ମାଣଧୀନ କୋଠା ଭୁଶୁଡି ୪ ଶ୍ରମିକ ଆହତ l ଆହତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରାଯାଇଛି l ପୁରୀ ରେଳ ଷ୍ଟେସନ ର ନୂତନ କୋଠା ର ଢ଼ଳେଇ କାର୍ଯ୍ୟ ଚାଲିଥିବା ବେଳେ ହଟାତ ଛାତ ଭୁଶୁଡି ପଡିଥିଲା l ନୂତନ ଛାତ ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବା 6ଜଣ ଶ୍ରମିକଙ୍କ ଉପରେ କୋଠା ମାଡି ବସିଥିଲା l ଦୁଇ ଜଣ ବାହାରକୁ ପଳେଇଆସିଥିବା ବେଳେ ଅନ୍ୟ 4 ଜଣ ଶ୍ରମିକଙ୍କ ଉପରେ ଛାତ ମାଡି ବସିଥିଲା l ତେବେ 4ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତି କରାଯାଇଛି କିଛି ଶ୍ରମିକଙ୍କ ହାତ, ଛାତି ଏବଂ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି l ତେବେ ଅନ୍ୟଜଣେ ଶ୍ରମିକ ଗୁରୁତର ଥିବା ହେତୁ ତାଙ୍କୁ କଟକ ସ୍ଥାନାନ୍ତର କରାଯିବା ନେଇ ସୂଚନା ରହିଛି l ତେବେ ଏତେବଡ଼ ଘଟଣା କିପରି ଘଟିଲା ତାହା ଏବେ ଚିନ୍ତାର କାରଣ l ଅନ୍ୟପଟେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ଚିକିତ୍ସାପ୍ରଦାନ କରାଯାଇଛି ବୋଲି କହିଛନ୍ତି ନିର୍ମାଣ ସଂସ୍ଥାର ସାଇଟ ଇଞ୍ଜିନିଅର । ଘଟଣା ପରେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ,ବିଜେଡି ବିଧାୟକ ପ୍ରାର୍ଥୀ ସୁନିଲ ମହାନ୍ତି,କଂଗ୍ରେସ ପ୍ରାର୍ଥୀ ସୁଜିତ୍ ମହାପାତ୍ର ଷ୍ଟେସନକୁ ଯାଇ ଘଟଣାର ଅନୁଧ୍ୟାନ କରିବା ସହ ଡାକ୍ତରଖାନା ଯାଇ ଆହତ ମାନଙ୍କୁ ଭେଟିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More