ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ସହର ବାହାରକୁ ଯାଉଥିବା ଟ୍ରେନ ଯାତ୍ରୀଙ୍କୁ କୋଭିଡ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ପୁରୀ ସ୍ଟେଶନରେ ଆରମ୍ଭ ହୋଇଛି । ପୁରୀ ଆରପିଏଫ ପକ୍ଷରୁ ଆଜି ଟ୍ରେନ ଯାତ୍ରୀଙ୍କୁ କୋଭିଡ ମହାମାରୀରୁ ନିଜକୁ କିଭଳି ରକ୍ଷା କରିହେବ ସେ ସଚେତନ କରାଯାଇଛି। ଯାତ୍ରୀଙ୍କୁ ବାହାର ସ୍ଥାନ ରେ ରହିବା ବେଳେ କୀଭଳି କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ରଖିହେବ , କିଭଳି ସଠିକ ଭାବେ ମୁହଁରେ ମାସ୍କ ପିନ୍ଧିବା ଉଚିତ, ହାତ କୁ ବାରମ୍ବାର ସାନିଟାଇଜ ପାଈଁ ପାଖରେ ସାନିଟାଇଜ କିଭଳି ରଖିବା ଜରୁରୀ ସେ ନେଇ ରେଲୱେ ସୁରକ୍ଷା ବଳ ପକ୍ଷରୁ କୁହାଯାଇଥିଲା। ମାସ୍କ , ସାନିଟାଇଜର ମଧ୍ୟ ବଣ୍ଟା ଯାଇ ଥିଲା। ପୁରୀ ଦୁର୍ଗ ଏବଂ ପୁରୀ ସୁରଟ ଏକ୍ସପ୍ରେସରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଅଗାମୀ ଦିନରେ କିଭଳି ପୁରୀ ରେଲୱେ ଷ୍ଟେସନରେ କୋଭିଡ ଗାଇଡ଼ ଲାଇନ କଡାକଡି ପାଳନ ହୋଇ ପାରିବ ସେ ନେଇ ପୁରୀ ଆର ପି ଏଫ ପକ୍ଷରୁ ବ୍ୟବସ୍ଥା ହୋଇଥିବା ପୁରୀ ଆର ପି ଏଫ ଅଧିକାରୀ କହିଛନ୍ତି।