ପୁରୀ ବସ ଷ୍ଟାଣ୍ଡରେ ଦୁର୍ନୀତିର ଗନ୍ଧ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ବସ ଷ୍ଟାଣ୍ଡରେ ରାଜ୍ୟର କୋଣ ଅନୁକୋଣରୁ ଆସିଥାନ୍ତି ପର୍ଯ୍ୟଟକ । ବସ ଷ୍ଟାଣ୍ଡରେ ଉନ୍ନତି ମୂଳକ କାର୍ୟ ୫ ମାସ ନପୁରୁ ବସ ଷ୍ଟାଣ୍ଡ ଅବସ୍ଥା ଶୋଚନୀୟ । ପୁରୀ ବସ ଷ୍ଟାଣ୍ଡରେ ଯାତ୍ରୀ ଆଶ୍ରୟ ସ୍ଥଳୀ ଠାରୁ ଆରମ୍ଭ କରି ବସ ଷ୍ଟାଣ୍ଡରେ ଥିବା ୧୨ ଟି ବେର ନୂତନ କରି ରଙ୍ଗ ଲଗାଇବା ସହ ବାହାର କରିଡର ଯାହା କି ପ୍ରତ୍ୟେକ ବେକୁ ସଂଯୋଗ କରୁଥିବା ରାସ୍ତାରେ ଟାଇଲ ପକାଇବାରେ ନିମ୍ନମାନର କାମ ହୋଇଛି ଯାହା ଚର୍ଚ୍ଚା ଜୋର ଧରିଛି । ପୁରୀ ପୌରସଂସ୍ଥାର କନିଷ୍ଠ ଯନ୍ତ୍ରୀ ଅର୍ଜୁନ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି କି କାମ ପାଇଁ ବ୍ୟୟ ଅଟକଳ ୮ ଲକ୍ଷ ଟଙ୍କା ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବସ ଷ୍ଟାଣ୍ଡର ଭିତର ରଙ୍ଗ ଓ ଟାଇଲ ପକାଇବା କାମ ୫ ମାସ ହେବ ସରିଛି ଆହୁରି ବସ ଷ୍ଟାଣ୍ଡର ବାହାର ପାଚେରୀ କାମର ରଙ୍ଗ ଜାରି ରହିଛି ତେଣୁ ଏ ସମସ୍ତ କାମ ଶେଷ ହେଲେ ଆମ ନିକଟରେ ବିଲ ଆସିଲେ ଏହାର ଉଚିତ ମାପଚୁପ କରାଯାଇ ମାନ ଯାଞ୍ଚ ହେବା ପରେ ବିଲ ଗୁଡିକୁ ଅନୁମୋଦନ କରାଯିବ। ବର୍ତ୍ତମାନ ସମୟରେ ଯେପରି କରିଡର ରେ ଟାଇଲ ଖଣ୍ଡ ହୋଇ ଭାଙ୍ଗିଯିବା ଓ କରିଡରର ଚଲାପଥରେ ଟାଇଲରେ ଗତ୍ତ ସୃଷ୍ଟି ହେବା ଏହା ଦ୍ୱାରା ପର୍ଯ୍ୟଟକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇ ପାରନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More