ପୁରୀ ଫେଭର ବ୍ଲକ୍ କେଳେଙ୍କାରୀକୁ ନେଇ ରାଜରାସ୍ତାକୁ ଓହ୍ଲେଇବ ଆପ୍

12

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ପୁରୀ ସହରରେ ବିଭିନ୍ନ ସାହିରେ ପଡ଼ୁଚି ଫେଭର ବ୍ଲକ୍ କିନ୍ତୁ ପାଳନ ହଉନି ନିୟମ । କଂକ୍ରିଟ ରାସ୍ତା ଉପରେ ବାଲି ପକେଇ ଡାଇରେକ୍ଟ ପଡ଼ୁଚି ଫେଭର ବ୍ଲକ୍ । ଫେଭର ବ୍ଲକ୍ ପକେଇବା ସମୟରେ ବିଭିନ୍ନ ସାହିରେ ହୋଇଥିଲା ବିରୋଧ । ବିରୋଧ ପରେ କୋଉଠି ନିୟମ ପାଳି ପକେଇଲେ ତ ଆଉ କୋଉଠୁ ଫେଭର ବ୍ଲକ୍ ବାଲି ସବୁ ଉଠେଇ ନେଇଗଲେ । କିଛି ସ୍ଥାନରେ ଫେଭର ବ୍ଲକର ଅନିମୀୟତତାକୁ ରୋକି ପୌରପାଳିକା ଏକ୍ଜିକ୍ୟୁଟିଭ ଅଫିସରଙ୍କୁ ଅଭିଯୋଗ କରିଥିଲା ଆମ୍ ଆଦ୍‌ମୀ ପାର୍ଟି । କିଛିଦିନ ପାଇଁ କାମ ବନ୍ଦ ରଖି ଫୁଣି କାମ ଜାରି ରଖିଥିଲା ପୌରପାଳିକା । ବର୍ଷେ ନହଉନୁ ପୁରୀର ଫେଭର ବ୍ଲକ୍ ପଡ଼ିଥିବା ରାସ୍ତାର ଅବସ୍ଥା ସୋଚନୀୟ । ଆଗାମୀ ନିର୍ବାଚନକୁ ଅର୍ଥ ଯୋଗାଡ଼ ପାଇଁ କଣ୍ଟ୍ରାକ୍ଟର ଏବଂ ପୁରୀ ପ୍ରଶାସନ ମିଳିତ ଭାବେ ଲୁଟୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପୁରୀର ବରିଷ୍ଟ ଆଇନଜୀବୀ ରମେଶ ପ୍ରସାଦ ସିଂ। ଆଗରୁ ଆପ୍ ପ୍ରତିବାଦ କରିଆସିଛି । ଆମେ ଯାହା ଅଭିଯୋଗ କରିଥିଲୁ ରାସ୍ତା ଜଲ୍ଦୀ ଖରାପ ହେବା ବୋଲି ତାହା ଆଜି ସତରେ ପରିଣତ ହୋଇଛି । ଖାଲି ଫେଭର ବ୍ଲକ୍ ନୁହେଁ ଆପ୍ ର ଅଭିଯୋଗ ପରେ ନବକଳେବର ରାସ୍ତା ନିର୍ମାଣ ହେଇଥିଲା ତାହା ନିମ୍ନ ମାନର ବୋଲି ଆପ୍ ଅଭିଯୋଗ କରିଥିଲା ଆଜି ସେ ରାସ୍ତା ୬ ଫିଟ୍ ଉପରେ ଖାଲ । ସରକାରୀ ନିୟମକୁ ବେଖାତିର କରି କାମ କରୁଛନ୍ତି ପୁରୀର ସରକାରୀ ଅଫିସର । ଆଗକୁ ଆପ୍ ବାଧ୍ୟ ହବ ଫୁଣି ରାଜ ରାସ୍ତାକୁ ଓହ୍ଲେଇବାକୁ ବୋଲି ଆପ୍ ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More