ପୁରୀ ପୋଲିସର ନିଦ ହଜେଇ ଦେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନ ଗିରଫ

44

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ପୋଲିସର ନିଦ ହଜେଇ ଦେଇଥିବା ଲୁଟେରା ପାଟୁ ଓରଫ ଶାହାଜାହାନ ଖାନ କୁ ପୁରୀ ପୋଲିସ୍ ଗିରଫ କରିଛି। ତାର ସହଯୋଗୀ ଆନନ୍ଦ ବିଶୋଇକୁ ମଧ୍ଯ ପୋଲିସ୍ ଗିରଫ କରିଛି। ପୁରୀ ରେ ଏକ ସାମ୍ୱାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶିଲ ମିଶ୍ର ଏହି ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତଙ୍କ ଠାରୁ 2 ଟି ସୁନା ଚେନ୍, ଏକ ବାଇକ୍, ଛୁରୀ ଜବତ କରିଛି ପୋଲିସ୍। ତେବେ ଲୁଟେରା ପଟୁ ଖାନ ପୋଲିସ ପଚରଉଚରା କରୁଚି। ତେବେ ପଟୁ ଜଣେ ଅନ୍ତ ଜିଲା ଅପରାଧି। ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଭୁବନେଶ୍ଵର ଓ କଟକ ରେ ଚୋରି, ଡକାୟତି, ଛିନ ତାଇ କରେ। ତା ନାମରେ 30 ରୁ ଅଧିକ ମାମଲା ରହିଚି। ଗତ କିଛିଦିନ ହେବ ସାକ୍ଷୀଗୋପାଳ, ପୁରୀ ରେ ଛିନତାଇ ବଢ଼ିଥିବା ବେଳେ ଏହା ପୋଲିସ୍ ର ମୁଣ୍ଡ ବ୍ୟଥା ର କାରଣ ସାଜିଥିଲା। ତେବେ CCTV ଚେକ୍ ପରେ ଏକ ସନ୍ଧିଗ୍ଧ ବାଇକ୍ ପୋଲିସ୍ ଠାବ କରି CCTV ରେ ନମ୍ୱର୍ ହାସଲ କରି ଯାଞ୍ଜ କରିଥିଲା। ଏହି ବାଇକ୍ ଟି ପଟୁ ଓରଫ ଶାହାଜାହାନ ଖାଁ ବ୍ୟବହାର କରୁଚି ବୋଲି ପୋଲିସ୍ ସୁଚନା ପାଇଥିଲା। ପରେ ପୁରୀ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ପୋଲିସ୍ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ ହୋଇ ଶାହାଜାହାନ ର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଖବର ମିଳିବା ପରେ ଚଢାଉ କରାଯାଇ ପଟୁ ଓ ତାର ସହଯୋଗୀ ଆନନ୍ଦ କୁ ପୋଲିସ୍ ଧରିଥିଲା। ଦୁଇ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଗିରଫ ହୋଇଥିବା ଶାହାଜାହାନ ଖାଁ ପୁରୀ ଗୋପ ବଜାର ର ମୁସଲିମ ବସ୍ତି ର ବାସିନ୍ଦା ଓ ତାର ସହଯୋଗୀ ଆନନ୍ଦ କୁମାର୍ ବିଷୋୟୀ ଗଞ୍ଜାମ ଭଞ୍ଜନଗର ର ବେଣକୁଦା ଗ୍ରାମର ବୋଲି ସୁଚନା ମିଳିଛି। ସେପଟେ ପୁରୀ ରେ ଆଣ୍ଟୀ କ୍ରାଇମ୍ drive କୁ କଡ଼ାକଡ଼ି କରିଚି ପୁରୀ ପୋଲିସ। ଜେଲ୍ ରେ ଥିବା ଭେଟରାନ ଅପରାଧି ନିଲୁ ବରାଳ କୁ ପୁଣି ଜାତୀୟ ନିରାପତ୍ତା ଆଇନ ତଥା nsa ରେ ପୋଲିସ ବୁକ୍ କରିଚି। ନିଲୁ ଏକ ବୋମା ମାଡ ଘଟଣାରେ ଜେଲ ରେ ଥିବା ବେଳେ ସେ ବେଲ୍ ରେ ଆସିବାର ସମ୍ଭାବନା ରହିଛି। ଏଣୁ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା ପାଇଁ nsa ରେ ନିଲୁ ବରାଳକୁ ପୋଲିସ୍ ବୁକ୍ କରି ପୁଣି ଜେଲ୍ ପଠାଇଛି। ନିଲୁ ଚନ୍ଦନପୁର ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ସେ ପୁରୀ ସଦର ଅଞ୍ଚଳ ରେ ଦାଦବଟି ଆଦାୟ ସହ ଅନେକ ଅପରାଧ ମୂଳକ କାର୍ଯ୍ୟ ରେ ଲିପ୍ତ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More