ପୁରୀ ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ଶପଥପାଠ ଅନୁଷ୍ଠିତ

32

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଚଳିତ ବର୍ଷ ଅକ୍ଟୋବର ୩୦ ତାରିଖ ଠାରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଏହି ଅବସରରେ ଆଜି ଦିବା ୧୦ ଘଟିକା ୫୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ସମସ୍ତଙ୍କୁ ଶପଥପାଠ କରାଇଥିଲେ।ଦୁର୍ନୀତି ବିକାଶର ମୁଖ୍ୟ ବାଧକ।ତେଣୁ ସମ୍ମିଳିତ ଭାବେ ରାଜ୍ୟର ଉନ୍ନତି ପାଇଁ ଦୁର୍ନୀତିର ମୂଳୋତ୍ପାଟନ କରି ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସରକାର ଦୁର୍ନୀତି ପାଇଁ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିବା ସହ ୫ଟି ଓ ମୋ ସରକାର ମାଧ୍ୟମରେ ଦୁର୍ନୀତିକୁ ନିୟନ୍ତ୍ରଣ କରିବା ବ୍ୟବସ୍ଥା କରାଯାଇଛି।ଦୁର୍ନୀତି ନିବାରଣ କ୍ଷେତ୍ରରେ ସମଗ୍ର ଦେଶରେ ଓଡିଶା ଏକ ନମ୍ବର ହୋଇଛି ବୋଲି କହିବା ସହ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ। ଓସୱ୍ୱ।ନ କନଫେରେନ୍ସ ହଲରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ପ୍ରଶାନ୍ତ କୁମାର ଜେନା,ଆଦ୍ୟାଶା ରଥ,ପ୍ରିୟଦର୍ଶିନୀ ମଲ୍ଲିକ, ରାକେଶ କୁମାର ପଣ୍ଡା,ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ହୋଇ ଶପଥପାଠ କରିଥିଲେ। ସେହିପରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସମସ୍ତ ଅଧିକାରୀ କର୍ମଚାରୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଦୁର୍ନୀତି ନିବାରଣ ଶପଥପାଠ କରାଇଥିଲେ।ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟର ଓସୱ୍ୱନ ହଲରେ ମଧ ବିଡ଼ିଓ, ତହସିଲଦାର,ସିଡିପିଓ ଓ ଅନ୍ୟାନ୍ୟ ଅଧିକାରୀ ଏବଂ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟାଳୟ, ଲାଇନ ଡିପାର୍ଟମେଣ୍ଟରେ ଏହି ଶପଥପାଠ ଏକ ସମୟରେ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More