ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବିରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନରେ ବିଜେଡିକୁ ଝଟକା, ହାରିଲେ ସରପଞ୍ଚ ପ୍ରାର୍ଥୀ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବିରରାମଚନ୍ଦ୍ରପୁର ପଞ୍ଚାୟତ ଉପନିର୍ବାଚନରେ ବିଜେଡିକୁ ଲାଗିଚି ଝଟକା। ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ବର୍ଷାରାଣୀ ସେଠୀ ବିଜୟୀ । ସେ 201ଖଣ୍ଡ ଭୋଟ ବ୍ୟବଧାନରେ ବିଜେଡି ସମର୍ଥିତ ପ୍ରାର୍ଥୀ ଙ୍କୁ କଲେ ପରାସ୍ତ ।ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚିତ ହେଲେ ବର୍ଷାରାଣୀ ସେଠୀ।ପୂର୍ବରୁ ଏହି ଆସନ ବିଜେଡି ହାତରେ ଥିବାରୁ ପରାଜୟ ପରେ ସତ୍ୟବାଦୀ ବିଜେଡିକୁ ଲାଗିଛି ବଡ଼ ଝଟକା।ଏହି ଆସନ ପାଇଁ 2 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲେ ।ଏଥିରେ ପ୍ରତିମା ବେହେରା 2096 ଖଣ୍ଡ ଭୋଟ ପାଇଥିବା ବେଳେ ବର୍ଷାରାଣୀ ସେଠି 2217 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି l ଏ ନେଇ ବିଧିବଦ୍ଧ ଭାବେ ସତ୍ୟବାଦୀ ବ୍ଲକ ବିଡ଼ିଓ ଲୋଚନ ଦାସ ସୂଚନା ଦେଇଛନ୍ତି।ସେପଟେ ବିଜେଡ଼ିର ଏହି ପରାଜୟ ବିଧାୟକ ଉମା ସାମନ୍ତରାୟଙ୍କ ଚିନ୍ତା ବଢାଇ ଦେଇଛି। ମୁଣ୍ଡ ଉପରେ ନିର୍ବାଚନ ପହଂଚି ସାରିଥିବା ବେଳେ ଏହି ପଞ୍ଚାୟତ ଉପ ନିର୍ବାଚନ ପରାଜୟ ଉମାଙ୍କ ଲୋକ ପ୍ରୀୟତା ଉପରେ ପ୍ରଭାବ ପଡିବାର ଆଶଙ୍କା ରହିଚି। ପୁର୍ବରୁ ଗତ ବର୍ଷ ପଞ୍ଚାୟତ ନିର୍ବାଚନ ସତ୍ୟବାଦୀ ର 32 ଓ33 ନମ୍ୱର୍ ଜିଲା ପରିଷଦ ବିଜେପି ଜିତିଥିଲା। ତେବେ ବର୍ଷେ ପରେ ପଞ୍ଚାୟତ ଉପ ନିର୍ବାଚନ ରେ ପରାଜୟ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ ସବୁ ଗେମ୍ ଫସର୍ ଫାଟି ଯାଇଚି। ବିଶେଷ କରି ଏହି ବିଫଳତା ଆଗାମୀ ବିଧାନସଭା ନିର୍ବାଚନରେ ଉମାଙ୍କ ପାଇଁ କଣ୍ଟା ସଦୃଶ ହୋଇଚି। କେବଳ ସେତିକି ନୁହେ ପୁରୀ ଜିଲ୍ଲା ବିଜେଡିରେ ବ୍ୟାପକ କନ୍ଦଳ ଚାଲିଥିବା ନଜିର ଥିବା ବେଳେ ପୁର୍ବରୁ ଗୋପର 11 ନମ୍ୱର୍ ଜୋନ୍ ଜିଲା ପରିଷଦ ଜୋନ ଆସନ ମଧ୍ୟ ବିଜେଡି ହାତରୁ ଖସିଯାଇ ବିଜେପି ଉପ ନିର୍ବାଚନ ଜିତିଥିଲା। ଯାହାକୁ ନେଇ ବିଧାୟକ ସମୀର ରଂଜନ ଦାଶଙ୍କ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥଲା। ତେବେ ଆଗାମୀ ବିଧାନସଭା ନିର୍ବାଚନରେ ପୁରୀ ସତ୍ୟବାଦୀ , ନିମାପଡ଼ା ନିର୍ବାଚନ ମଣ୍ଡଳୀ ଉପରେ ବିଜେଡି କଣ ଫୋକୋସ କରୁଚି ତାହା ଉପରେ ସମସ୍ତଙ୍କ ନଜର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More