ପୁରୀ ଜିଲ୍ଲା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ

17

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲା ଗ୍ରସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ । ଅଗଷ୍ଟ୧୭ ଓ ୧୮ତାରିଖରେ ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି ଭିକେ ପଣ୍ଡିଆନଙ୍କର। ଅଗଷ୍ଟ ୧୮ ତାରିଖରେ ପୁରୀ ଜିଲ୍ଲା ପିପିଲି ଇନ୍ଦିରା ମଇଦାନରେ ଏକ ସାଧାରଣ ସଭାରେ ଯୋଗ ଦେବା ସହିତ ମିଶନ ଶକ୍ତି କାଫେ ବୁଲି ମିଶନ ଶକ୍ତି ମହିଳାଙ୍କ ସହିତ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀଙ୍କ ସଚିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ ଗ୍ରସ୍ତକୁ ଦୃଷ୍ଟି ରେ ରଖି ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭଵ ତାରଣ ସାହୁ, ପୁରୀ ଏସ୍ପି ଡକ୍ଟର କନ ଓର ଵିଶାଲ ସିଂ ପିପିଲି ଗ୍ରସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଉକ୍ତ ଦିନ ଜିଲ୍ଲାର ପିପିଲି ସମେତ କୃଷ୍ଣ ପ୍ରସାଦ, ବ୍ରହ୍ମଗିରି ବ୍ଲକରେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବଙ୍କ କାର୍ଯ୍ୟକ୍ରମ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More