ପୁରୀ ଜିଲ୍ଲାରେ ଗୋଟେ ଦିନରେ ୬୮ ଜଣ କୋଭିଡ ପଜେଟିଭ ଚିହ୍ନଟ

11

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ୨୪ ଘଣ୍ଟା ଭିତରେ ପୁରୀ ଜିଲ୍ଲାରେ ୬୮ ଜଣ କୋଭିଡ ପଜେଟିଭ ବାହାରିଛନ୍ତି। ଏହାକୁ ମିଶାଇ ମୋଟ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧୮୬୦ରେ ପହଁଚିଛି । ୭୪୫ ଟି ଆକ୍ଟିଭ କେସ ଥିବା ବେଳେ ଆଜି ପର୍ଯ୍ୟନ୍ତ ୮ ଜଣକ ଜୀବନ ଯାଇଚି କୋଭିଡିରେ। ବର୍ତମାନ ସୁଧା1104 ଜଣଙ୍କୁ ଡିଶ୍ଚାର୍ଜ କରାଯାଇଛି। ମୋଟ ଆଜି ପର୍ଯ୍ୟନ୍ତ ୪୧୧୭୫ ଟି ସଂପଲ ସଂଗ୍ରହ କରାଯାଇଛି। ଜିଲ୍ଲାରେ ଅରୋଗ୍ୟ ହାର ୫୯.୩୫ ପ୍ରତିଶତ ରହିଛି । ତେବେ ପୁରୀ ଜିଲ୍ଲାରେ ପୁରୀ ପୌର ପାଳିକା ଅଞ୍ଚଳରେ ସର୍ବାଧିକ କୋଭିଡ ସଂକ୍ରମିତ ହୋଇ ଛନ୍ତି । ୬୧୭ ଜଣ କୋଭିଡ ସଂକ୍ରମିତ ହୋଇ ଥିବା ବେଳେ ୨୮୪ଟି ଆକ୍ଟିଭ କେସ ଓ୧୦ଟି ଅଞ୍ଚଳରେ କଣ୍ଟେନମେଣ୍ଟ ଯୋନ ରହିଛି । ତେବେ କୋଭିଡକୁ ନେଇ ଲୋକ ମାନେ ସତର୍କ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More