ପୁରୀ ( ସଂଘର୍ଷ ମିଡିଆ ) : ଗତ ୨୪ ଘଣ୍ଟା ଭିତରେ 1୧୨୨ ଟି ନୂଆ କୋଭିଡ ପଜେଟିଭ କେସ ଆସିଛି । ତେବେ ଜିଲ୍ଲାରେ ମୋଟ କୋଭିଡ ସଂକ୍ରମିତଙ୍କ ସଂଖା ୧୧,୦୬୩ ରହିଛି। ସେହିପରି କୋଭିଡ ରେ ମୃତ୍ୟୁ ସଂଖା ୬୫ ରହିଛି। ଜିଲ୍ଲାରେ ମୋଟ ୧୩୫୭ ଟି ଆକ୍ଟିଭ କେସ ଥିବା ବେଳେ ୯୬୩୮ ଜଣ ସୁସ୍ଥ ହୋଇ ଛନ୍ତି। ସେହିପରି ଏକ ଲକ୍ଷ ଏକ ହଜାର ସାତ ଶହ ଏକ ଟି ସଂପଲ ସଂଗ୍ରହ ହୋଇ କୋଭିଡ ଟେଷ୍ଟ କରାଯାଇଛି। ଜିଲ୍ଲାରେ ସୁସ୍ଥ ହାର ୮୭.୧୧ପ୍ରତିଶତ ରହିଛି। ତେବେ ଜିଲ୍ଲାରେ ପୁରୀ ପୌରାଞ୍ଚଳରେ ସର୍ବଧିକ ୩୫୫୧ ଜଣ କୋଭିଡ ରେ ସଂକ୍ରମିତ ହୋଇ ଛନ୍ତି। ସେପଟେ ପୁରୀ ସହର କୋଭିଡ ଯେଭଳି ବଢି ଚାଲିଛି ବୁଦ୍ଧିଜୀବୀ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସ୍ଥିତି ରେ ଜିଲ୍ଲା ପ୍ରଶାସନ କୋଭିଡ଼ କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି।