ପୁରୀ( ସଂଘର୍ଷ ମିଡିଆ ) : ପୁରୀ ଜିଲାରେ ଅନଲକ ୩ କିଭଳି କାର୍ଯ୍ୟ କରିବ ସେ ନେଇ ବାର୍ତା ଦେଇ ଛନ୍ତି ପୁରୀ ଜିଲାପାଳ ବଲବନ୍ତ ସିଂ। ଜିଲାପାଳ ଙ୍କ ସୂଚନା ରାଜ୍ୟ ସରକାରଙ୍କ ଗାଇଡ଼ ଲାଇନ ପୁରୀ ଜିଲାରେ ମଧ୍ୟ ପାଳନ ହେବ। ତେବେ ପୂର୍ଵ ଭଳି ସ୍ୱର୍ଗ ଦ୍ୱାର ଶବ ଦାହ ପାଇଁ ବାହାର ଜିଲାରୁ କୌଣସି ଲୋକଙ୍କୁ ଅନୁମତି ଦିଆଯିବ ନାହିଁ। ଏହି କଟକଣା ପୂର୍ଵ ଭଳି ରହିବ। ଏହି ମାମଲା ଏବେ ହାଇକୋର୍ଟରେ ଥିବା ବେଳେ କୋର୍ଟଙ୍କ ନିର୍ଦେଶ ନ ଆସିବା ଯାଏ ଏହି କଟକଣା ରହିବ। ସେହିପରି ପୂର୍ବ ଭଳୀ ପୁରୀ ଜିଲାର ସମସ୍ତ ପ୍ରବେଶ ପଥ ସିଲ ରହିବ। କେବଳ ଅତ୍ୟାବଶ୍ୟକ ସେବାରେ ଥିବା ବ୍ୟକ୍ତି ଵିଶେଷଙ୍କୁ ପ୍ରବେଶ ନେଇ ଅନୁମତି ମିଳିବ। ସେହିପରି କୋଣାର୍କ ମନ୍ଦିର ଅଗଷ୍ଟ ୩୧ ତାରିଖ ଯାଏ ବନ୍ଦ ରହିବ। ଅନ୍ୟପଟେ ପୁରୀରେ ଶନିବାର ଓ ରବିବାର ହେଉଥିବା ସାପ୍ତାହିକ ହାଟ ସଟ ଡାଉନ କୋହଳ ହେବ। ଗୋଟିଏ ସପ୍ତାହ କୋହଳ ପରେ ଏହାର ପ୍ରଭାବ ନେଇ ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ଏହି ବିଷୟ ରେ ନିଆଯିବ। ସେହିପରି ପୂର୍ବ ଭଳି ସାମାଜିକ ଦୂରତ୍ୱ , ମାସ୍କ ପିନ୍ଧିବା , ଗହଳି ନ କରିବା ଆଦି ଉପରେ ଗୁରୁତ୍ୱ ରହିବ। ନିୟମ କେହି ବ୍ୟକ୍ତି ଵିଶେଷ ଉଲଘଂନ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ପୁରୀ ଜିଲ୍ଲାରେ କୋଭିଡ ସଂକ୍ରମଣ ବଢୁଥିବା ବେଳେ ଲୋକ ମାନେ ସତର୍କ ହେଲେ , କୋଭିଡ ଗାଇଡ଼ ଲାଇନ ମାନିଲେ ଏହି ବିପଦରୁ ରକ୍ଷା ପାଇ ହେବ ବୋଲି ଜିଲାପାଳ ଲୋକଙ୍କୁ ପରାମର୍ଶ ଦେଇଚନ୍ତି। ତେବେ ପ୍ରଶାସନକୁ ଲୋକ ମାନେ ସବୁ କ୍ଷେତ୍ରରେ ସାହାଯ୍ୟ କରିବା ନେଇ ଜିଲାପାଳ ଅନୁରୋଧ କରିଛନ୍ତି।