ପୁରୀ ଜିଲ୍ଲାପାଳ ଓ ପୌର ଅଧିକାରିଙ୍କୁ ଭେଟିଲେ ବିଜେପି ଓ କଂଗ୍ରେସର କାଉନସିଲର

30

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଜିଲ୍ଲାପାଳ ଓ ପୌର ଅଧିକାରିଙ୍କୁ ଭେଟିଛନ୍ତି ବିଜେପି ଓ କଂଗ୍ରେସର କାଉନସିଲର ମାନେ। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ପୁରୀ ସହରର ରାସ୍ତା ଘାଟ ମରାମତି, ଡ୍ରେନେଜ୍ ମରାମତି ଓ ଷ୍ଟ୍ରିଟ ଲାଇଟର ମରାମତି ପ୍ରସଂଗକୁ ନେଇ ଆଲୋ ଚୋନା ହୋଇଥଲା। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ପୂର୍ବତନ କାଉନସିଲରଙ୍କ ସହ ଯାଇ ପୌର ଅଧିକାରୀ ଓ ଜିଲାପାଳଙ୍କୁ ଭେଟି ବିଭିନ୍ନ ଦାବୀ ରଖିଥିଲେ। ପୂରୀ ସହରର ରାସ୍ତା ଘାଟ, ଡ୍ରେନେଜ ମାରମତି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଉ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବିଜେପି ଓ କଂଗ୍ରେସର ପୁର୍ବତନ କାଉନସିଲର ମାନେ ଉଦବେଗ ପ୍ରକାଶ କରିଥଲେ। ତେବେ ଖୁବ ଶିଘ୍ର ବିଭିନ୍ନ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପୁରୀ ପୌର ଅଧିକାରି ପ୍ରତିଶ୍ରୁତି ଦେଇଥିଲେ। ପୁରୀ ନଗର କଂଗ୍ରେସ ସଭାପତି ଛବିଁନ୍ଦ୍ର ପଢ଼ିଆର କହିଛନ୍ତି ମାସକୁ ଦୁଇ ଥର ପୂର୍ବତନ କାଉନସିଲରଙ୍କୁ ନେଇ ବୈଠକ କରିବାକୁ ସେ ଜିଲ୍ଲାପାଳଙ୍କୁ ଜଣାଇଛନ୍ତି। ଏହା ଦ୍ବାରା ୱାର୍ଡ ଗୁଡିକରେ ଥିବା ସମସ୍ୟା ଶିଘ୍ର ସମାଧାନ ହୋଇ ପାରିବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More