ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲାରେ ଶୁକ୍ରବାର ଚିହ୍ନଟ ହୋଇଥିବା ୧୦ କରୋନା ଆକ୍ରାନ୍ତ କଣାସ ବ୍ଲକର। ସେମାନେ ସମସ୍ତେ ସୁରତ ଫେରନ୍ତା। ସୁରତରୁ ଫେରିବା ପରେ ସେମାନେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ କ୍ବାରେଣ୍ଟାଇନରେ ରହିଥିଲେ। ଏମାନଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ରାପିଡ୍ ରେସ୍ପନ୍ସ ଟିମ୍ ଏବଂ କୋଭିଡ ଆମ୍ବୁଲାନ୍ସ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚିଛି। ଆକ୍ରାନ୍ତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ଵରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି।