ପୁରୀ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

13

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସ୍ଵାଗତ ଜଣାଇଥିଲେ । ଏହାପରେ ରାଷ୍ଟ୍ରପତି ସ୍ଵତନ୍ତ୍ର ହେଲିକେପ୍ଟର ଚପର ଯୋଗେ ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ପୂର୍ବାହ୍ନ ୧୧.୪୫ ରେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିବା ପରେ ସେଠାରୁ ସୁରକ୍ଷାବଳୟ ମଧ୍ୟରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ । ବଡ଼ ଦାଣ୍ଡରେ ପହଞ୍ଚିବା ପରେ ବଳଗଣ୍ଡି ଠାରୁ ମହାମହିମ ଚାଲି ଚାଲି ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ବାଟରେ ଗଲାବେଳେ ଭାବବିହ୍ୱଳ ହୋଇ ଦୁଇହାତ ଟେକି ନୀଳଚକ୍ରଙ୍କୁ ପ୍ରଣିପାତ ଜଣାଇଥିଲେ। ଏହାଛଡା ସ୍କୁଲପିଲାଙ୍କ ଭାରତ ମାତା କି ଜୟ ଧ୍ଵନୀରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଉଠୁଥିଲା । ପ୍ରେସିଡେଣ୍ଟ ମ୍ୟାଡମ୍ ମଧ୍ଯ ସ୍କୁଲ ପିଲାଙ୍କ ସହ ହାତ ମିଶାଇ ଫଟୋ ଉଠାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More