ପୁରୀ ଗସ୍ତରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ , ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ସମ୍ପର୍କରେ ଦେଲ ଗୁରୁତ୍ୱପୂର୍ଣ୍ଣ ମତ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ସମ୍ପର୍କରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମତ ଦେଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ସାରା ବିଶ୍ଵର ଦେବତା। ତାଙ୍କର ରତ୍ନ ଭଣ୍ଡାର ସୁରକ୍ଷା ବେଶ୍ ଗୁରୁତ୍ୱପୂର୍ଣ୍ଣ। ତେବେ ମହାପ୍ରଭୁ ଙ୍କ ରତ୍ନ ଭଣ୍ଡାର ଖୋଲି ରତ୍ନ ଅଳଙ୍କାର ଜାଞ୍ଜ ସହ ରତ୍ନ ଭଣ୍ଡାର ମରାମତି କରାଯିବା ଦରକାର। ରାଜ୍ୟ ସରକାର ଏ ଦିଗ ରେ ପଦକ୍ଷେପ ନେବା ଉଚିତ୍ ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଚନ୍ତି। ମହାପ୍ରଭୁ ହେଉଛନ୍ତି ଆମ ଓଡ଼ିଆ ଜାତି ର ସମ୍ମାନ। ଏଣୁ ତାଂକ କାର୍ଯ୍ୟରେ କୌଣସି ଅବହେଳା ଉଚିତ୍ ନୁହେଁ। ତେବେ ଏ ସଂପର୍କ ରେ ସେ କିଛି ତଥ୍ୟ ସଂଗ୍ରହ ପରେ ରତ୍ନ ଭଣ୍ଡାର କିଭଳି ଖୋଲା ଯିବ, ଏହାର ମରାମତି କିଭଳି ହେବ ସେ ନେଇ ସେ ପଦକ୍ଷେପ ନେବେ। ସେପଟେ 5 ଟି ସଚୀବଙ୍କ କାର୍ଯ୍ୟଧାରାକୁ କେନ୍ଦ୍ର ମନ୍ତ୍ରୀ ସମାଲୋଚନା କରିଚନ୍ତି। ଆମ ଦେଶରେ ଗଣତନ୍ତ୍ର ରେ ଅନେକ ବିଧି ରହିଛି। ହେଲେ ଓଡ଼ିଶା ସରକାର ଏହାକୁ ଉଲଘଂନ କରିବା ଅତି ଦୁର୍ଭାଗ୍ୟ ଜନକ ବୋଲି କେନ୍ଦ୍ର ମନ୍ତ୍ରୀ ଟୁଡୁ କହିଚନ୍ତି। ତେବେ ସର୍ଭିସ୍ ରୁଲ ଉଲଘଂନ କରିଥିବା ଅଧିକାରିଙ୍କ ବିରୋଧ ରେ କାର୍ଯ୍ୟନୁଷ୍ଠାନ ପାଇଁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି। ହେଲେ ରାଜ୍ୟର ମୂଖିଆ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କୌଣସି ପଦକ୍ଷେପ ନନେବା ଦୁର୍ଭାଗ୍ୟ ଜନକ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ଜଣେ ନିର୍ବାଚିତ ସରକାର ଯେଭଳି ବିଧି ବିଧାନ ଉଲଘଂନ କରି ମନୋମୁଖୀ କାର୍ଯ କରୁଛନ୍ତି ତାହା ର ଜବାବ ଓଡିଶା ବାସୀ ଦେବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ତେବେ ମୁଖ୍ୟ ଶାସନ ସଚିବଙ୍କ ସତ ସାହସ ନ ଥିବାରୁ କେନ୍ଦ୍ର ଚିଠି ପରେ ମଧ୍ୟ କୌଣସି ପଦକ୍ଷେପ ନେଇ ପାରୁନାହାନ୍ତି। ଅବସର ପରେ ଅନ୍ୟ ପଦ ପଦବୀରେ ରହିବା ପାଇଁ ଲାଳାୟିତ ଥିବାରୁ ପଦକ୍ଷେପ ନେଇ ପାରୁନାହାନ୍ତି। ଯାହାକି ଦୁଃଖର ବିଷୟ। ତେବେ 5 ଟି ସଚୀବଙ୍କୁ ଅଣ୍ଡା ମାଡ ଘଟଣାରେ କେନ୍ଦ୍ର ମନ୍ତ୍ରୀ ତତ୍ସଲ୍ୟ କରି କହିଛନ୍ତି ଯେ ଶ୍ରବଣ ମାସ ଚାଲିଥିବାରୁ କେହି ଅଣ୍ଡା ଖାଉ ନାହାନ୍ତି। ଅଣ୍ଡା ପଡି ରହିବା ଅପେକ୍ଷା କିଛି କାମରେ ଲାଗୁ ବୋଲି ଲୋକ ମାନେ ଭାବୁଛନ୍ତି। ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More