ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି

35

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଗସ୍ତରେ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି। ଅପରାହ୍ନ 2 ଟା ରେ କେନ୍ଦ୍ର ମନ୍ତ୍ରୀ ପୁରୀ ରେ ପହଞ୍ଚିବା ପରେ ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିଥଲେ। କେନ୍ଦ୍ର ମନ୍ତ୍ରୀ ଶ୍ରୀ ମନ୍ଦିର ନିକଟ ରେ ପହଞ୍ଚିବା ପରେ ବିଜେପି କର୍ମୀ ଓ ନେତା ତାଙ୍କୁ ସ୍ୱାଗତ କରିଥଲେ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ପୁରୀ ବିଧାୟକ ଜୟନ୍ତ ତାଙ୍କୁ ଶ୍ରୀ ମନ୍ଦିର ଭିତରକୁ ନେଇଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରଥମେ ପ୍ରଭୂ ପତିତପାବନ ଙ୍କୁ ମୁଣ୍ଡିଆ ମାରୀ ଶ୍ରୀ ମନ୍ଦିର କୁ ପ୍ରବେଶ କରିଥଲେ। ପରେ ରତ୍ନ ସିଂହାସନ ରେ ମହାପ୍ରଭୁ ଙ୍କୁ ଦର୍ଶନ କରିଥଲେ। ପରେ ଶ୍ରୀ ମନ୍ଦିର ଭିତରେ ବେଢ଼ା ପରିକ୍ରମା କରି ପାର୍ଶ୍ଵଦେବତା ଙ୍କୁ ଦର୍ଶନ କରିଥଲେ। ପରେ ମିଡ଼ିଆ କୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଥିଲେ ସାରା ବିଶ୍ଵ ର କଲ୍ୟାଣ ପାଇଁ ସେ ପ୍ରାର୍ଥନା କରିଥଲେ। ଭଲ କାମ କରିବା ପାଇଁ ଭଗବାନ ତାଂକୁ ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ସେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିଥିବା କହିଥିଲେ। ତେବେ ସେ କୃଷ୍ଣ ପ୍ରସାଦ ରେ ଏକ ନିର୍ବାଚନ ସଭା ରେ ଯୋଗ ଦେବାର କାର୍ଯକ୍ରମ ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More