ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କଲେ ଫାଇଭ ଟି ଅଧ୍ୟକ୍ଷ
ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତି ନେଇ ଅନୁଧ୍ୟାନ କଲେ ଫାଇଭ ଟି ଅଧ୍ୟକ୍ଷ। ଆଜି ଭୋରୁ ଫାଇଭ ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପ୍ରଥମେ ପତିତପାବନଙ୍କ ଦର୍ଶନ କରିଥିଲେ। ପରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖ, ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଦ୍ଵାର ପଟେ ଚାଲିଥିବା ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ତେବେ ଶ୍ରୀମନ୍ଦିର ଚାରିଦ୍ବାର ସମ୍ମୁଖ ଭାଗରେ ନିର୍ମାଣ କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ଟଏଲେଟ୍ ଓ କ୍ଲକ୍ ରୁମ୍ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସରିନାହିଁ। ତେଣୁ ତୁରନ୍ତ ସମସ୍ତ କାର୍ଯ୍ୟ ସାରିବା ପାଇଁ ଟାଟା, ଓବିସିସି ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଡ଼ିସେମ୍ବର 15 ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦେଇଥିଲେ। ନୁଆ ବର୍ଷ ଭକ୍ତ ମାନେ ଜେଭଳି ଏକ ନୂଆ ଅନୁଭୂତି ପାଇବେ ସେ ନେଇ କାର୍ଯ୍ୟ ଧାର୍ଯ୍ୟ ସମୟ ରେ ଶେଷ କରିବାକୁ 5 ଟି ଅଧ୍ୟକ୍ଷ ନିର୍ଦେଶ ଦେଇଥିଲେ। ଶ୍ରୀମନ୍ଦିର ଆସୁଥିବା ଭକ୍ତଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଘୋଷଣା କରିଥିଲେ। ଏହି ପ୍ରକଳ୍ପ ଅଧିନରେ ଭକ୍ତଙ୍କ ସୁବିଧା ପାଇଁ ଟଏଲେଟ, ଲଗେଜ ରଖିବା ପାଇଁ କ୍ଲକ୍ ରୁମ୍, ଏଟିଏମ୍, ପୋଲିସ ସହାୟତା କେନ୍ଦ୍ର, ଆଶୁ ଚିକିତ୍ସା କେନ୍ଦ୍ର, ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯାଉଛି। ଗତ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିଥିଲେ। ୩୩୧ କୋଟି ୨୮ ଲକ୍ଷ ଟଙ୍କା ଏହି ପ୍ରକଳ୍ପ ପାଇଁ ସରକାର ଆର୍ଥିକ ଅନୁଦାନ ଦେଇଛନ୍ତି। ତେବେ କୋଭିଡା ମହାମାରୀ ଯୋଗୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ୱ ହୋଇଥିଲା। ପରବର୍ତ୍ତୀ ସମୟରେ ନିର୍ମାଣ କାର୍ଯ୍ୟ ଆଗେଇ ଥିଲେ ମଧ୍ୟ କେତେକ ସମସ୍ୟା ପାଇଁ କିଛି ଦିନ ହେବ କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ସେପଟେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବାରେ ବିଳମ୍ବକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ଶେଷ ସୁଦ୍ଧା ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କହିଥିଲେ ଓବିସିସି ଅଧିକାରୀ। ତେବେ କିନ୍ତୁ କାର୍ଯ୍ୟ ଶେଷ ହେବାର ନା ନେଉନାହିଁ। ଫଳରେ ଭକ୍ତ ଙ୍କ ଯାତାୟତ ରେ ବେଶ୍ ଅସୁବିଧା ସୃଷ୍ଟି ହେଉଚି। ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ଏହାକୁ ନେଇ ବେଶ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରୀମନ୍ଦିର ଆସୁଥିବା ଭକ୍ତ ଓ ଜଗନ୍ନାଥ ପ୍ରେମୀ। ତେବେ ପ୍ରତିଶ୍ରୁତି ମୁତାବକ ଗତ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାରେ ପ୍ରଶାସନ ଫେଲ୍ ମାରିଥିବା ବେଳେ ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ଥିଲା । ହେଲେ ଅକ୍ଟୋବର ମାସ ଶେଷ ହେବାକୁ ବସିଥିବା ବେଳେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇ ପାରିନାହିଁ ।