ପୁରୀ ଆରଟିଓଙ୍କ ଅଚାନକ ଚଢ଼ାଉ, ୨୯ ମଦୁଆ ଚାଳକଙ୍କୁ କୋର୍ଟ ଚାଲାଣ

197

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଆରଟିଓ , ଏମଭିଆଇ ଓ ପୋଲିସର ମିଳିତ ସହଯୋଗରେ ସଦମହକୁମାର ବାସେଳିସାହି ଥାନା ଅଞ୍ଚଳ ସମେତ ଜିଲ୍ଲାର ବିଭିନ୍ନ ଜାଗାରେ ଅଚାନକ ଚଢ଼ାଉ କରି ୨୯ ଜଣ ମାଦକ ଦ୍ରବ୍ଯ ସେବନ କରିଥିବା ଚାଳକଙ୍କ ଗାଡ଼ିକୁ ଜବତ କରି ଚାଲାଣ କରିଥିବା ବେଳେ ମଦୁଆ ଚାଳକଙ୍କୁ କୋର୍ଟ ଚାଲାଣ କରିଛି l ସମୁଦାୟ ୩୯ ଲକ୍ଷ ୯୬ ହଜାର ୫୦୮ ଟଙ୍କା ଫାଇନ ଆଦାୟ କରଯାଇଥିଲା l ବିନା ହେଲମେଟରେ ୧୪୭ ଜଣ, ମୋବାଇଲ ୟୁଜରଙ୍କୁ ୪ ଜଣ, ଅନ୍ୟାନ୍ୟ କେଶରେ ୨୫୭ ଜଣଙ୍କ ସମେତ ସମୁଦାୟ ୬୪୨ ଗୋଟି ଚାଲାଣ କରାଯାଇଥିବା ଜଣାଯାଇଛି l ବିଭାଗୀୟ କମିଶନର ଅମିତାଭ ଠାକୁରଙ୍କ ନିର୍ଦେଶ କ୍ରମେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ପରାମର୍ଶ ଓ ତତ୍ତ୍ଵlବଧlନରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ଆରଟିଓ ରବିନ୍ ପଟ୍ଟନାୟକ ଏମଭିଆଇ ରାଜେଶ୍ କୁମାର ମହାପାତ୍ର , ସହକାରୀ ଏମଭିଆଇ ଅମିତ୍ କୁମାର୍ ରଣା ଓ ଟ୍ରାଫିକ ଇନ୍ସପେକ୍ଟର ସୁମନ୍ତ ପାତ୍ରଙ୍କ ସହିତ ପୁରୀ ଆଞ୍ଚଳିକ ପରିବହନ ବିଭାଗର ସମସ୍ତ କର୍ମଚାରୀ ସାମିଲ ଥିଲେ l ଆଗକୁ ଜିଲ୍ଲାର ବିଭିନ୍ନ ଜାଗାରେ ଏଭଳି ଅଚାନକ ଚଢ଼ାଉ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆକୁ ସୁଚନା ଦେଇଥିବା ବେଳେ ଗାଡ଼ି ଚାଳକ ଏଣିକି ସଚେତନ ଓ ସାବଧାନ ହୋଇ ସଡ଼କ ସୁରକ୍ଷା ଆଇନକୁ ମାନି ଚଳିବାକୁ ନିବେଦନ କରିଛନ୍ତି l ଯାହା ଦ୍ବାରା ଗାଡ଼ି ଚାଳକ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କ ଧନ ଜୀବନ ସୁରକ୍ଷିତ ହେବ ବୋଲି କହିଛନ୍ତି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More