ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଚଳିତ ମାସରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମରେ ବିଭାଗର ସଫଳତା, ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ
ପୁରୀ(ସଂଘର୍ଷ ମିଡିଆ) : – ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ପୁରୀ ସଦର ଥାନା ଛକ ସମେତ ସହର ଓ ଜ଼ିଲ୍ଲାର ବିଭିନ୍ନ ଛକ ମାନଙ୍କରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମରେ ଶହ ଶହ ଗାଡି ମୋଟର ଯାଞ୍ଚ କରାଯାଇଥିଲା l ଗତ 1 -11-2022 ରୁ 25 -11-2022 ଯାଏ ଅନୁଷ୍ଠିତ ଏହି ସ୍ପେସିଆଲ ଡ୍ରାଇଭ ଅଭିଯାନରେ ଗାଡି ଚାଳକଙ୍କ ଡ଼ିଏଲ ଚେକିଂ ରେ 598 ଜଣଙ୍କୁ, ସିଟ ବେଲ୍ଟ ଚେକିଂରେ 42 ଜଣଙ୍କୁ ଜୋରିମାନା, ହେଲମେଟ ଚେକିଂ କରାଯାଇ 340 ଜଣଙ୍କୁ ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ ପାଇଁ 402 ଜଣଙ୍କୁ , ମୋବାଇଲ ୟୁଜ ପାଇଁ 24 ଜଣଙ୍କୁ, 30 ଜଣ ମଦୁଆ ଗାଡି ଚାଳକ ଫାଇନ ସହିତ ଗାଡି ଜବତ, ମାଲଗାଡି ରେ ପାସେଞ୍ଜର ନେବା ଅଭିଯୋଗ ରେ 6 ଟି ଗାଡିକୁ, 155 ଜଣ ବିନା ଇନ୍ସୁରେନ୍ସ ଗାଡି ଚାଳକଙ୍କୁ, 8 ଗୋଟି ଓଭର ଲୋଡିଙ୍ଗ ଗାଡି ଚାଳକଙ୍କୁ ଜୋରିମାନା କରାଯାଇଛି l ସମୁଦାୟ 1303 ଜଣଙ୍କ ନାଁରେ ଇ -ଚାଲାଣ କରାଯାଇ ସମୁଦାୟ 25 ଲକ୍ଷ 54 ହଜାର 230 ଟଙ୍କା ଜୋରିମାନା ଆଦାୟ କରାଯାଇଛି l ବକେୟା 67 ଲକ୍ଷ 87 ହଜାର 905 ଜୋରିମାନା ଟଙ୍କା ବିଭାଗୀୟ ଅଫିସରେ ଗାଡି ମାଲିକ ଓ ଡ୍ରାଇଭରଙ୍କ ଠାରୁ ଖୁବ ଶୀଘ୍ର ଆଦାୟ କରାଯିବ l ଅନେକ ଡ଼ିଏଲକୁ ବାତିଲ କରାଯାଇ ଗାଡି ଚାଳକ ନାଁରେ ବିଭିନ୍ନ ମାମଲା ରୁଜୁ ହୋଇଛି l ସହର ତଥା ଜ଼ିଲ୍ଲା ରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସାଧାରଣ ଲୋକ ଓ ପର୍ୟ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏହି ଅଭିଯାନକୁ ଆହୁରି କଡାକଡି କରାଯିବ l ଲୋକେ ଯେମିତି ଅଯଥାରେ ଦଶ ହଜାର, ପନ୍ଦର ହଜାର ଟଙ୍କା ଫାଇନ ନଦେବେ ଏବଂ ନିଶାଗ୍ରସ୍ତ ଅବସ୍ଥାରେ ଗାଡି ନ ଚଳାଇବାକୁ, ଟ୍ରାଫିକ ନିୟମକୁ ଶୃଙ୍ଖଳାର ସହିତ ମାନିବାକୁ ଓ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାରକୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ଜ଼ିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତାରେ ଏହି ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନରେ ଆରଟିଓ ଶ୍ରୀ ପଟ୍ଟନାୟକଙ୍କ ସମେତ ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l