ପୁରୀ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ଉଦଯାପିତ

11

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : ଗତ 1 -04-2023 ରୁ 7-04-23 ଯାଏ ରାଜ୍ୟ ପରିବହନ ବିଭାଗ ସଚିବ ଉଷା ପାଢ଼ୀ ଓ କମିଶନର ଅରୁଣ ବୋଥ୍ରାଙ୍କ ନିର୍ଦ୍ଧେଶ କ୍ରମେ ଓ ପୁରୀ ଜ଼ିଲ୍ଲାପାଳ ସମତ ବର୍ମା ଓ ଏସପି କନୱାର ବିଶ୍ଵାଲ ସିଂଙ୍କ ପରାମର୍ଶ କ୍ରମେ ଜ଼ିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ହୋଇ ଥିଲା l ଆରଟିଓ ରବୀନ ପଟ୍ଟନାୟକ ଓ ଡ଼ିଏସପି ଟ୍ରାଫିକ ଶ୍ରୀ ଶବରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସପ୍ତାହିକ ଅଭିଯାନରେ ପୁରୀ ଜ଼ିଲ୍ଲାର ବିଭିନ୍ନ ଅଞ୍ଚଳରେ କଡା କଡ଼ି ଭାବେ ଗାଡି ମୋଟର ଯାଞ୍ଚ କରି 4357 ଟି ଚାଲାଣ କରାଯାଇଛି l ଗତ 01-04 ରୁ 07-04 ଯାଏ ଆରମ୍ଭ ହୋଇଥିବା ଏ ଅଭିଯାନରେ ଗତ କାଲି ଯାଏ ଅନେକ ଗାଡି ମୋଟରର ଲାଇସନ୍ସ, ପରମିଟ, ହେଲମେଟ, ସିଟବେଲ୍ଟ, ସବୁ ଯାଞ୍ଚ କରାଯାଇଥିଲା l ଏବଂ ପୁରୀ, ଚନ୍ଦ୍ର ଭାଗା ବିଭିନ୍ନ ଅଞ୍ଚଳରେ ଦ୍ରୁତ ଗତିରେ ନିଶା ଶକ୍ତ ଅବସ୍ଥାରେ ପୁଣି ବିନା ପରମିଟରେ ଯାଉଥିବା ଅନେକ ଗାଡିକୁ ପରିବହନ ବିଭାଗ ଗୋଡ଼ାଇ ଗୋଡ଼ାଇ ଧରିଥିଲା l ଆରଟିଓ ରବୀନ ପଟ୍ଟନାୟକଙ୍କ ସମେତ ବିଭାଗ ର ସମସ୍ତ କର୍ମଚାରୀ ଓ ସମସ୍ତ ଅଞ୍ଚଳର ଥାନାର ପୋଲିସ ଅଫିସର ଏଇ ମେଗା ଅଭିଯାନରେ ସାମିଲ ଥିଲେ l ଏହି କାର୍ଯ୍ୟକ୍ରମରେ ହଜାର ଗାଡି ମୋଟର ଯାଞ୍ଚ କରାଯାଇଥିଲା ଓ ଏ ଅଭିଯାନରେ ଗାଡି ଚାଳକଙ୍କ ଡ଼ିଏଲ ଚେକିଂ, ସିଟ ବେଲ୍ଟ ଚେକିଂ, ହେଲମେଟ ଚେକିଂ, ଫାଇନ ସହିତ ଗାଡି ଜବତ, ଓଭର ସ୍ପିଡ଼ , ମୋବାଇଲ ୟୁଜ ପାଇଁ ପ୍ରମୁଖ କାରଣ ପାଇଁ ଅନେକ ଡ଼ିଏଲକୁ ବାତିଲ କରାଯାଇ ଗାଡି ଚାଳକ ନାଁରେ ବିଭିନ୍ନ ମାମଲା ରୁଜୁ ହୋଇଛି l ସହର ତଥା ସମଗ୍ର ଜ଼ିଲ୍ଲାରେ ଦୁର୍ଘଟଣା ହାର ଓ ମୃତ୍ୟୁ ହାର ବୃଦ୍ଧି ପାଇଥିବାରୁ ଜ଼ିଲ୍ଲାର ବୃହତ୍ତର ସ୍ୱାର୍ଥ ଦୃଷ୍ଟି ରୁ ସାଧାରଣ ଲୋକ ଓ ପର୍ୟ୍ୟଟକଙ୍କ ଧନ ଜୀବନ ସୁରକ୍ଷା ଲାଗି ଆଗକୁ ଏ ଅଭିଯାନକୁ ଆହୁରି କଡାକଡି କରାଯିବ l ଏବଂ ଲୋକେ ଯେମିତି ଅଯଥାରେ ଦଶ ହଜାର, ପନ୍ଦର ହଜାର ଓ ଲକ୍ଷ ଲକ୍ଷ ଟଙ୍କା ବସ ଟ୍ରକ ଗୁଡିକ ଫାଇନ ନ ଦେବେ ଏବଂ ନିଶା ଗ୍ରସ୍ତ ଅବସ୍ଥା ରେ ଗାଡି ନ ଚଳାଇବାବେ,ଏବଂ ଟ୍ରାଫିକ ନିୟମ କୁ ଶୃଙ୍ଖଳା ର ସହିତ ମାନିବାକୁ ଓ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାରକୁ କିଭଳି ରୋକା ଯାଇ ପାରିବ ଏଥିପାଇଁ ପୁରୀ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ ସହର ତଥା ପୁରୀ ଜ଼ିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି l ଏ ନେଇ ସହର ତଥା ଜ଼ିଲ୍ଲାର ବିଭିନ୍ନ ସ୍କୁଲ କଲେଜ ଛାତ୍ର ଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ପୋଲିସ ସହାୟତା ରେ ଏ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି l ଏଇ ମେଗା ଅଭିଯାନ ରେ ଆରଟିଓ ଶ୍ରୀ ପଟ୍ଟନାୟକଙ୍କ ସମେତ ଡ଼ିଏସପି ଟ୍ରାଫିକ, ଏମ ଭିଆଇ, ଆସିଷ୍ଟାଣ୍ଟ ଏମଭିଆଇ, ଟି ଆଇ ଓ ବିଭିନ୍ନ ଅଞ୍ଚଳ ର ବିଭିନ୍ନ ପୋଲିସ ଅଧିକାରୀ ପ୍ରମୁଖ ଉଭୟ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More