ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଅର୍ବାନ୍ କୋ ଅପରେଟିଭ ବ୍ଯାଙ୍କର ନିର୍ଦେଶକ ମାନଙ୍କର ବୋର୍ଡ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ ବୈଠକରେ ଗତ ସାଧାରଣ ସଭାର ଆୟ ବ୍ୟୟ ଅଟକଳ ଓ ଯୋଗ ଦେଇଥିବା ସଭ୍ଯ – ଅଣସଭ୍ଯ ମାନଙ୍କର ତାଲିକା ମାଗିବା, ବେଆଇନ ଭାବେ ରୁଣ ଦରଖାସ୍ତ ମଞ୍ଜୁର କରିବା, ଅନଧିକୃତ ଭାବେ ଜୈନିକ କର୍ମଚାରୀ ବୋର୍ଡ ବୈଠକରେ ଉପସ୍ଥିତ ରହି ଉପ ସଭାନେତ୍ରୀ ଓ ନିର୍ଦ୍ଦେଶକ ମାନଙ୍କୁ ଦୁର୍ବ୍ୟବହାର କରିବା ଘଟଣାକୁ ନ୍ୟୋୟୋଚିତ ଭାବେ ଉପସ୍ଥାପନା କଲାବେଳେ ସଭାପତି ସଭା ମଝିରୁ ସଭା ଭଙ୍ଗ କରିଦେବା ଘଟଣାକୁ ବିରୋଧ କରି ନିମ୍ନଲିଖିତ ନିର୍ବାଚିତ ନିର୍ଦ୍ଦେଶକମାନେ ଆଜିର ବୋର୍ଡ ଅଫ୍ ଡାଇରେକ୍ଟର ମିଟିଂକୁ ବର୍ଜନ କରିଛନ୍ତି l ଆଗାମୀ ଦଶ ଦିନ ଭିତରେ ବ୍ୟାଙ୍କ କର୍ତ୍ତୁପକ୍ଷ ଏହାର ସମାଧାନ ନ କଲେ ଆନ୍ଦୋଳନlତ୍ମକ ପଦେକ୍ଷପ ନେବାକୁ ବାଧ୍ୟ ହେବୁ l ଏଥି ପାଇଁ ବ୍ଯାଙ୍କ କର୍ତ୍ତୁପକ୍ଷ ଦାୟି ରହିବେ l