ପୁରୀ ( ସଂଘର୍ଷ ମିଡିଆ ) : ପୁରୀର ସ୍ବର୍ଣ୍ଣିମ ବେଳାଭୂମି ବହୁ ଦଶନ୍ଧି ପରେ ତାର ବାସ୍ତବ ରୂପ ନେଇଛି। ପୁରୀ ବେଳାଭୂମିକୁ ବିଶ୍ୱ ସ୍ତରୀୟ କରାଯାଇଛି। ସୁବିଧା ସୁଯୋଗ , ସାଜ ସଜା ଓ ସବୁଜିମା ବେଳାଭୂମିକୁ ନୂଆ ଚେହେରା ଦେଇଛି। ବେଳାଭୂମିରେ ପର୍ଯ୍ୟଟକଙ୍କ ପାଇଁ ସବୁ ସୁବିଧା ଖଞ୍ଜି ଦିଆଯାଇଛି। ନୂତନ ଭାବେ ପୁରୀରେ ତିଆରି ହୋଇ ଥିବା ଏହି ବ୍ଲୁ ଫ୍ଲାଗ ବିଚ ଶେଷ ପର୍ଯ୍ୟାୟରେ ଥିବା ବେଳେ କେବଳ ଅପେକ୍ଷା ଉଦଘାଟନକୁ। ଦେଶ ବିଦେଶ ପର୍ଯ୍ୟଟକଙ୍କୁ ପୁରୀ ବେଳାଭୂମି ବେଶ ଆକର୍ଷିତ କରିଥାଏ। ତେବେ ପୁରୀରେ ନୂତନ ଭାବେ ତିଆରି ହୋଇ ଥିବା ବ୍ଲୁ ଫ୍ଲାଗ ବିଚ ଆହୁରି ଆକୃଷ୍ଟ କରିବ ପର୍ଯ୍ୟଟକଙ୍କୁ । ବେଳାଭୂମିରେ ବସିଲେ ଦେଶ ବିଦେଶର ଯେକୌଣସି ଅନ୍ତର୍ଜାତୀୟ ବେଳାଭୂମି ଭଳି ଅନୁଭବ ହେବ। ପୁରୀକୁ ବ୍ଲୁ ଫ୍ଲାଗ ବିଚ କରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ମିଳିତ ଭାବେ କରିଛନ୍ତି। ଏହି ବ୍ଲୁ ଫ୍ଲାଗ ବିଚରେ ସ୍ଵଛତା , ସବୁଜିମା , ବସିବା ପାଇଁ ଛାତ୍ରୀ , ବାଥିଙ୍ଗ ଯୋନ , ସମୁଦ୍ର ସ୍ନାନ ପରେ ଅତ୍ୟାଧୁନିକ ଶୌଚଳୟ ସୁବିଧା , , ପାନୀୟ ଜଳ ଓ ପାର୍କିଂ ସୁବିଧା ଏଠାରେ ରହିଛି। ତେବେ କୋଭିଡ କଟକଣା ଥିବାରୁ ଏହା ଲୋକାର୍ପଣ ହୋଇ ପାରି ନ ଥିଲା। ତେବେ ଚଳିତ ମାସ ଏହା ଉଦଘାଟନ ହେବାର ସମ୍ଭାବନା ରହିଛି। ପୁରୀ ବେଳାଭୂମି ଗାନ୍ଧି ପାର୍କରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ଏହି ବ୍ଲୁ ଫ୍ଲାଗ ବିଚ ତିଆରି ହୋଇଛି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଏହାର ସୁବିଧା ଓ ସୁଯୋଗ ବିଶ୍ଵ ଅନ୍ୟ ପ୍ରମୁଖ ବେଳାଭୂମି ସହିତ ସମକ୍ଷକ। ଗୋଆ ବିଚ ଭଳି ପାଲମୀରା ପାମ ଟ୍ରି ଲଗାଯାଇଛି। ତାଳପତ୍ର ଓ ବେତର ପ୍ରସ୍ତୁତ ସେଡ ଓ ଚେୟାର ରହିଛି। ଏଠାରେ ବାସୀ ପର୍ଯ୍ୟଟକ ମାନେ ମଜା ନେଇ ପାରିବେ। ତେବେ ଏଥିରେ ପ୍ରବେଶ ପାଇଁ 4 ଟି ପ୍ରକାରର ଟିକଟ ବ୍ୟବସ୍ଥା ହେବ। ମାସିକ ପାସ ଟିକଟ 300 ଟଙ୍କା , ଦୈନିକ ଟିକଟ 20 ଟଙ୍କା । ଏହି ଟିକଟ ନେଇ ତିନି ଘଣ୍ଟା ଜଣେ ବ୍ଲୁ ଫ୍ଲାଗ ବିଚରେ ବୁଲି ପାରିବେ। ତେବେ ପୁରା ଦିନ ବ୍ଲୁ ଫ୍ଲାଗ ବିଚରେ ବୁଲିଲେ ସ୍ତାନୀୟ ଲୋକଙ୍କ ପାଇଁ 50 ଟଙ୍କା ଓ ପର୍ଯ୍ୟଟକଙ୍କ ପାଇଁ 100 ଟଙ୍କା ରହିବ।