ପୁରୀର ମଣିକର୍ଣ୍ଣିକା ସାହି ସ୍ଥିତ ବନଦୁର୍ଗା ମନ୍ଦିରରେ ବାର୍ଷିକ ମହାମାରୀ ଯଜ୍ଞ ଅନୁଷ୍ଠିତ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀର ମଣିକର୍ଣ୍ଣିକା ସାହି ସ୍ଥିତ ବନଦୁର୍ଗା ମନ୍ଦିରରେ ବାର୍ଷିକ ମହାମାରୀ ଯଜ୍ଞ ଅନୁଷ୍ଠିତ । ଶ୍ରାବଣ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି ରୁ ଆରମ୍ଭ ହୋଇ ଶ୍ରାବଣ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ପୂର୍ଣ୍ଣାହୁତି ସମ୍ପନ୍ନ ହୁଏ । ଏହି ଯଜ୍ଞ ରେ ମଣିକର୍ଣ୍ଣିକା ସାହି ସମସ୍ତ ଭକ୍ତବୃନ୍ଦ ଓ ଅନ୍ୟାନ୍ୟ ପଣ୍ଡିତଙ୍କ ଦ୍ଵାରା ସମ୍ପାଦିତ ହୁଏ। ଶ୍ରୀମନ୍ଦିର ସହ ଏହି ମନ୍ଦିରର ବହୁ ପୁରାତନ କାଳରୁ ସମ୍ପର୍କ ରହିଆସୁଛି ଯଥା ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଦେବା ଦେବୀ ମାନେ ଅଧରପଣା ପାଇକି ଏହି ଯଜ୍ଞରେ ହବନ ଦ୍ୱାରା ସନ୍ତୁଷ୍ଟ ହୋଇ ନିଜ ନିଜ ଆସ୍ଥାନ କୁ ପ୍ରତ୍ୟାଗମନ କରିଥାନ୍ତି ବୋଲି ପୁରାଣ ଶାସ୍ତ୍ର ରେ ଉଲ୍ଲେଖ ରହିଛି । ଉକ୍ତ ତିନିଦିନ ବ୍ୟାପି ଯଜ୍ଞ ରେ ପଣ୍ଡିତ ଶରତ ଚନ୍ଦ୍ର ଷଡଙ୍ଗୀ , ପଣ୍ଡିତ ବାସୁଦେବ ମହାପାତ୍ର , ପଣ୍ଡିତ ରାମକୃଷ୍ଣ ମିଶ୍ର , ପଣ୍ଡିତ ଗଦାଧର ଦାସ, କର୍ତା ରୂପେ ବସନ୍ତ କୁମାର ପ୍ରତିହାରୀ ଉକ୍ତ ମହାମାରୀ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏହି ସାରା ଜଗତ ର ମହାମାରୀ ନିପାତ ଉଦ୍ଧେଶ୍ୟରେ ଏହି ଯଜ୍ଞ ପ୍ରତିବର୍ଷ ଅନୁଷ୍ଠିତ ହୁଏ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More