ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି

17

Get real time updates directly on you device, subscribe now.

ପୁରୀ( ସଂଘର୍ଷ ମିଡିଆ ) :  ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମ ଦିନ ଅବସରରେ ବିଭିନ୍ନ ମହଲରୁ ତଥା ତାଙ୍କ ପ୍ରଶଂସକଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ଜନ୍ମ ଦିନର ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ମାଟିରେ ପ୍ରତିକୃତି ତିଆରି କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ଅଗାମୀ ଭବିଷ୍ୟତ ସଫଳ ହେବା ନେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଯେଭଳି କୋଭିଡ ମହାମାରୀ ବେଳେ ଲୋକଙ୍କୁ ସଚେତନ କରାଉଛନ୍ତି ସେ ନେଇ ସଚେତନତା ବାର୍ତା ମଧ୍ୟ ଏହି ଭାସ୍କର୍ଯ୍ୟ କଳାରେ ଦର୍ଶା ଯାଇଚି। ସାମାଜିକ ଦୂରତା ରଖିବା , ମାସ୍କ ପିନ୍ଧିବା ଏବଂ ସଠିକ ଭାବେ ମୁହଁରେ ମାସ୍କ ପିନ୍ଧିବା ନେଇ ବାର୍ତା ରହିଛି ଜନସାଧାରଣଙ୍କ ପାଇଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ବଡ ପ୍ରଶଂସକ ହେଉଛନ୍ତି ପୁରୀର ପ୍ରସିଦ୍ଧ ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ। ମୋଦିଙ୍କ ପ୍ରଧାନମନ୍ତ୍ରୀ ହେବା ପର ଠାରୁ ପ୍ରତିବର୍ଷ ଶ୍ରୀଧର ତାଙ୍କ ଭାସ୍କର୍ଯ୍ୟ କଳା ମାଧ୍ୟମରେ ଜନ୍ମ ଦିନର ଶୁଭେଚ୍ଛା ପ୍ରଦାନ କରି ଆସୁଛନ୍ତି। ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More