ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଅସୁସ୍ଥ

25

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ଅସୁସ୍ଥ। ଚିକିତ୍ସା ପାଇଁ ଭୁବନେଶ୍ବର ରେ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି। ତେବେ ବ୍ରେନ ଷ୍ଟ୍ରୋକ ଯୋଗୁ ସେ ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ଜଣାପଡିଛି। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଚି। ମାଇଲ୍ଡ ବ୍ରେନ ଷ୍ଟ୍ରୋକ ହୋଇଥିବା ଜଣାପଡ଼ିଛି। ଗତ 31 ତାରିଖ ରାତିରେ ତାଙ୍କର ଷ୍ଟ୍ରୋକ ହୋଇଥଲା।ସେ ସଂଧ୍ୟାରେ ପୁରୀ ସହର ରେ ବିଭିନ୍ନ ଅଂଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରିଥଲେ। ତେବେ ସେହି ସମୟ ରେ ସେ ଅସୁସ୍ଥତା ଅନୁଭବ କଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିଲା ତାଙ୍କ କର୍ମୀ ମହଲ ରୁ ସୁଚାନା ମିଳିଚି। ତାଙ୍କର ସୁସ୍ଥତା ସମସ୍ତେ କାମନା କରୁଛନ୍ତି। ଗତ 1995 ମସିହାରୁ ମହେଶ୍ବର ମହାନ୍ତି ପୁରୀ ରୁ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇ ଆସିଥିଲେ। ତେବେ ଗତ 2019 ବିଧାନସଭା ନିର୍ବାଚନ ରେ ସେ ବିଜେପି ଠାରୁ ପରାସ୍ତ ହୋଇଥିଲେ। ବିଜେଡି କୁ ସେ ପୁରୀ ରେ ଏକ ଦୁର୍ଗ ରେ ପରିଣତ କରିଥଲେ ତାଙ୍କ ସମୟ ରେ । ପ୍ରଥମେ ସେ ଜନତା ଦଳରୁ ଜିତି ବିଧାୟକ ହୋଇଥିଲେ। ପରେ ସେ ବିଜେଡି ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ହେଲେ 2019 ନିର୍ବାଚନ ରେ ପରାସ୍ତ ହେଇଥିଲେ। ପରେ ତାଙ୍କର ଦେହ ସାମାନ୍ୟ ଅସୁସ୍ଥ ରହିଥିଲା।ସେ ପୁରୀ ବିଧାୟକ ହେବା ସହ ରାଜ୍ୟ ସରକାରଙ୍କ ମନ୍ତ୍ରୀ ମଣ୍ଡଳରେ ଆଇନମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ ଏବଂ ବିଧାନସଭାରେ ବାଚସ୍ପତି ଭାବେ ସଫଳତାର ସହ ନିଜର ଦାୟିତ୍ଵ ନିର୍ବାହ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More