ପୁରୀର ପୂର୍ବତନ କାଉନ୍‌ସିଲର ଶ୍ରୀପ୍ରସାଦ ସିଂହଙ୍କ ପରଲୋକ

214

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୂର୍ବତନ କାଉନ୍‌ସିଲର୍‌ ତଥା ଆଇନ୍‌ଜୀବୀ ଶ୍ରୀପ୍ରସାଦ ସିଂହଙ୍କ ପରଲୋକ ଘଟିଛି । ଭୁବନେଶ୍ଵର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଶନିବାର ରାତିରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ୧୯୯୨ ମସିହାରେ ସେ ଜନତା ଦଳରୁ ପୁରୀର ୨ ନମ୍ବର ୱାର୍ଡ କାଉନ୍‌ସିଲର୍ ଭାବେ ନିର୍ବାଚିତ ହୋଇଥିଲେ। ଜନସେବା ସହ ସେ ଆଇନ୍‌ଜୀବୀ ସ୍ବର୍ଗତ ନାରାୟଣ ମିଶ୍ର ଓ ତାଙ୍କ ପୁଅ ପ୍ରଶାନ୍ତ କୁମାର ମିଶ୍ରଙ୍କ ପାଖରେ ଦୀର୍ଘବର୍ଷ ରହି ଓକିଲାତି ମଧ୍ୟ କରିଥିଲେ। ଘରୋଇ ବସ୍ ମାଲିକ ଭାବେ ସେ ମଧ୍ୟ ପରିଚିତ । ପୁରୀରୁ ଭୁବନେଶ୍ଵର ଛୋଟ ବସ୍ ଚଳାଚଳରେ ସମସ୍ୟା ହେବାରୁ ୧୯୯୯ ମସିହାରେ ଶ୍ରୀକ୍ଷେତ୍ର ଘରୋଇ ବସ୍ ମାଲିକ ସଂଘ ପ୍ରତିଷ୍ଠା କରିଥିଲେ । କିଛିଦିନ ଧରି ସେ କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦେହାନ୍ତ ପରେ ତାଙ୍କୁ ଟାଉନ୍ ଥାନା ଅଧୀନ ଦାଣ୍ଡିମାଳ ସାହି ସ୍ଥିତ ନିଜସ୍ବ ବାସଭବନକୁ ଅଣାଯାଇଥିଲା। ବହୁ ଆଇନ୍‌ଜୀବୀଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ସ୍ବର୍ଗଦ୍ଵାରରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କ ଝିଅ ଶିବାନୀ ଦେବୀ ଉପସ୍ଥିତ ଥିବାବେଳେ ଏକମାତ୍ର ପୁଅ ଭବାନୀ ପ୍ରସାଦ ସିଂହ ମୁଖାଗ୍ନି ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More