ପୁରୀରେ ୫ଟି ସଚିବଙ୍କ ପ୍ରକଳ୍ପ ପରିଦର୍ଶନ

12

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ପୁରୀ ଶ୍ରୀମନ୍ଦିରରେ ୫ ଟି ସଚିବ ଭି କେ ପାଣ୍ଡିଆନ । ମହାପ୍ରଭୁଙ୍କ ଦର୍ଶନ ସାରି ପୁରୀ ଶ୍ରୀମନ୍ଦିର ଚର୍ତୁପାଶ୍ୱରେ ନିର୍ମାଣ ପରିକ୍ରମା ପ୍ରକଳ୍ପ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରିଥିଲେ । ସମଙ୍ଗର ୪୩ ଏକର ପରିମିତ ଅଞ୍ଚଳରେ ୬୭ କୋଟି ଟଙ୍କା ବ୍ୟୟରେ ପାର୍କିଂ ସ୍ଥଳର ବ୍ୟବସ୍ଥା ହୋଇଛି । ଏଠାରେ ୪୨୦ ଟି ବସ୍,୨୫୮ ଅଟୋ, ୫୪୯ ଚାରି ଚକିଆ ଗାଡ଼ି ଓ ୧୦୫୪ ଗୋଟି ଦୁଇ ଚକିଆ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିଛି । ୧୬୧ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧିନ ଶ୍ରୀ ସେତୁର ଗୋଟିଏ ପାର୍ଶ୍ଵ ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳକୁ ରଥଯାତ୍ରା ପୂର୍ବରୁ ସଂଯୋଗ ପାଇଁ ତ୍ୱରାନ୍ୱିତ କାର୍ଯ୍ୟ କରିବାକୁ ନିର୍ମାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ସମସ୍ତ କାର୍ଯ୍ୟକୁ ଶ୍ରୀ ପାଣ୍ଡିଆନ ପରିଦର୍ଶନ କରି ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଓବିସିସିର ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢ଼ୀ ଓ ଅନ୍ୟାନ୍ୟ ଅଧିକାରୀ, ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More