ପୁରୀ(ସଂଘର୍ଷ ମିଡିଆ) : ପୁରୀରେ ନରେନ୍ଦ୍ର ପୁଷ୍କରଣୀରେ ବାଣ ବିସ୍ଫୋରଣ ଘଟଣା ପରେ ନିର୍ବାଚନ ପରବର୍ତ୍ତୀ ଶୋଭାଯାତ୍ରା ଉପରେ ପୁଲିସ ଓ ଜିଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ପୁରୀରେ ଭୋଟ ଗଣତି ପରବର୍ତ୍ତି ଉତ୍ସବ ପାଳନ ଉପରେ କଟକଣା ଲଗାଯାଇଛି। ବିଜୟ ଉତ୍ସବ ପାଳନ ପାଇଁ କୌଣସି ଡିଜେ, ବାଣଫୁଟା ଏବଂ ଶୋଭାଯାତ୍ରାକୁ ବାରଣ କରାଯାଇଛି। ଏ ନେଇ କୌଣସି ପ୍ରକାର ଅନୁମତି ଦିଆଯିବ ନାହିଁ ବୋଲି ପୁରୀ ଜିଲାପାଳ ନିର୍ଦେଶ ଜାରି କରିଛନ୍ତି।