ପୁରୀରେ ଶ୍ରାବଣର ଦିତୀୟ ସୋମବାରରେ ଜଳଲାଗି ପାଇଁ ଶ୍ରୀଲୋକନାଥ ପୀଠରେ ହଜାର ହଜାର କାଉଡ଼ିଆ ଭକ୍ତଙ୍କ ସମାଗମ

10

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : – ଆଜି ଶ୍ରାବଣ ମାସ ର ଦିତୀୟ ସୋମବାର। ଏଥିପାଇଁ ପୁରୀ ର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ହଜାର ହଜାର ବୋଲବମ୍ ଭକ୍ତଙ୍କ ଭିଡ଼ ଜମିଥିଲା। ପ୍ରଭୁ ଲୋକନାଥ ଙ୍କୁ ଜଳ ଲାଗି କରିବା ପାଇଁ ରାଜ୍ୟ ର ବିଭିନ୍ନ କୋଣ ଅନୁକୋଣ ରୁ କାଉଡ଼ିଆ ଭକ୍ତ ଙ୍କ ଭିଡ ଜମିଥିଲା। ଶୃଙ୍ଖଳିତ ଦର୍ଶନ ଓ ଜଳଲାଗି ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଗତକାଲି ପାଳିଆ ସେବକ ରାତି ୯ଟା ସୁଦ୍ଧା ସମସ୍ତ ନୀତିକାନ୍ତି ସାରି ପହୁଡ଼ କରିଥିଲେ। ରବିବାର ରାତି ୧୨ଟାରେ ସୋମବାରର ପାଳିଆ ସେବକ ପ୍ରବେଶ କରି ଦ୍ଵାରଫିଟା, ସକାଳ ଧୂପ ଓ ମଙ୍ଗଳ ଆଳତି ସାରିବା ପରେ ଜଳଲାଗି ଆରମ୍ଭ କରାଯାଇଥିଲା। ରାତି ପ୍ରାୟ ସାଢ଼େ ୧୨ଟାରୁ କାଉଡ଼ିଆମାନେ ଜଳଲାଗି ଆରମ୍ଭ କରିଥିଲେ। ଶ୍ରୀଲୋକାନାଥ ମନ୍ଦିରକୁ ପ୍ରବେଶ କରିବା ପାଇଁ ଗୋଟିଏ ବାଟ ବ୍ୟବସ୍ଥା ହୋଇଥିବା ବେଳେ କୁଷ୍ଠାଶ୍ରମ ନିକଟରେ ଟିକେଟ କାଉଣ୍ଟର ରହିଚି। ଭକ୍ତ ଟିକେଟ କାଟି ପର୍ବତି ସାଗର ପଟେ ଥିବା ବାରିକେଡ ରେ ମନ୍ଦିର କୁ ପ୍ରବେଶ କରିଥଲେ। ଚଳିତବର୍ଷ ଭକ୍ତଙ୍କ ଜଳଲାଗି କରିବା ୨୦ ଟଙ୍କା ଟିକେଟ ଦର ରହିଛି। ଭକ୍ତମାନେ ଟିକେଟ ନେଇ ଟିକେଟ କାଉଣ୍ଟରଠାରୁ ଆରମ୍ଭହୋଇଥିବା ବ୍ୟାରିକେଡ୍‌ରେ ପ୍ରବେଶ କରି ରୋଷଘର ପଛ ପାର୍ଶ୍ଵ ଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ବ୍ୟବସ୍ଥା ହୋଇଚି।
ଚଳିତବର୍ଷ ପ୍ରାୟ ୨ ହଜାର ଭକ୍ତଙ୍କ ପାଇଁ ଏହି ସେଡ ତଥା ବିଶ୍ରାମସ୍ଥଳୀ ନିର୍ମିତ ହୋଇଛି। ଭକ୍ତମାନେ ପାଣି ଢ଼ାଳ ରଖିବା ପାଇଁ ବାଉଁଶ ଭାରାର ବ୍ୟବସ୍ଥା କରାଯାଇଛି। ସେହିପରି ଭକ୍ତମାନଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ବରେ ପୁଲିସ ଅଫିସର ଓ ଫୋର୍ସ ଆଦି ଶୃଙ୍ଖଳା ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ରହିଛନ୍ତି। ସେପଟେ ଆଜି ଚିତା ଲାଗି ଅମାବାସ୍ୟା ଅବସର ରେ ପ୍ରଭୁ ଲୋକନାଥ ଙ୍କ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପ୍ରଭୁ ଙ୍କ ଉପରେ ସୁବର୍ଣ୍ଣ ଚିତା ଲାଗି ସହ ଚିତ୍ତଉ ପୀଠା ଭୋଗ କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More