ପୁରୀରେ ମାତିଛନ୍ତି ସାଇବର ଠକ

10

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ମାତିଛନ୍ତି ସାଇବର ଠକ। ପୁରୀ ସହରରେ ହୋଟେଲ ବୁକିଙ୍ଗ ନାଁରେ ପର୍ଯ୍ୟଟକଙ୍କ ଠାରୁ ଅନଲାଇନରେ ଠକେଇ କରୁଛନ୍ତି ସାଇବର ଲୁଟେରା। ନକଲି ୱେବ୍ ସାଇଟ୍ ଖୋଲି ଏହି କଳା ଧନ୍ଦା ଚଳାଇଛନ୍ତି ସାଇବର ଅପରାଧି। ତେବେ ଏହି ସାଇବର ଠକେଇ ଅପରାଧକୁ କିଭଳି ରୋକି ହେବ ସେନେଇ ହୋଟେଲ ଆସୋସିଏସନ୍ ସହ ଏକ ସଚେତନତା କର୍ମଶାଳା ପୁରୀ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି। ପର୍ଯ୍ୟଟକ ମାନେ କୌଣସି ଲୋଭର ବସବର୍ତ୍ତି ନହୋଇ ଉପଯୁକ୍ତ ୱବ ସାଇଟ୍ କୁ ଯାଇ ହୋଟେଲ ବୁକିଙ୍ଗ କରିବାକୁ ବୈଠକରେ ମତପ୍ରକାଶ ପାଇଛି। ବିଭିନ୍ନ ନାମିଦାମୀ ହୋଟେଲ ନାଁ ରେ ରୁମ୍ ବୁକିଙ୍ଗକୁ ନେଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରୁଛନ୍ତି ସାଇବର ଲୁଟେରା। ତେବେ ଦିନକୁ ଦିନ ଏହି ସାଇବର ଠକେଇ ବଢୁଥିବା ବେଳେ ଏହା ଉପରେ କିଭଳି ରୋକ୍ ଲାଗି ପାରିବ ସେନେଇ ଏକ ସଚେତନତା କର୍ମଶାଳା ପୁରୀ ପୋଲିସ ପକ୍ଷରୁ ଟାଉନ ଥାନା ଠାରେ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ୍ ହୋଇଥିଲେ ହୋଟେଲ ଆସୋସିଏସନ୍। କ୍ରାଇମବ୍ରାଞ୍ଚର ଆଡିସନାଲ୍ ଏସପି ଶିଶିର ମିଶ୍ର କିଭଳି ନକଲି ୱବ୍ ସାଇଟ୍ ରେ ରୁମ୍ ବୁକିଙ୍ଗ ନେଇ ଠକେଇକୁ ରୋକି ହେବ ସେନେଇ ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ପ୍ରତ୍ୟେକ ହୋଟେଲ ସ୍ବତନ୍ତ୍ର ଭାବେ ଆଇଟି ପ୍ରଶିକ୍ଷଣ ପ୍ରାପ୍ତ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା ସହ ପ୍ରଥମେ ନିଜ ହୋଟେଲ ୱବ ସାଇଟ୍ ଏକାଧିକ ଥର ଚେକ୍ କରିବା, ନିଜ ହୋଟେଲ ନାଁ ରେ ଫେକ୍ ୱବ୍ ସାଇଟ୍ ଖୋଲାଥିଲେ ପୋଲିସକୁ ଜଣାଇବା ଆଦି କାର୍ଯ୍ୟ ସଠିକ୍ ଭାବେ କରିବାକୁ ପରାମର୍ଶ ଦେଇଥିଲେ। ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ସେମାନଙ୍କୁ ସାଇବର ଠକେଇରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ହୋଟେଲ ଅନୁଷ୍ଠାନ ପୋଲିସର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ପୁରୀ ଏସପି ଡଃ କନୱର ବିଶାଳ ସିଂ ସୂଚନା ଦେଇଥିଲେ। ନକଲି ୱବ୍ ସାଇଟରେ ଯେଉଁ ପର୍ଯ୍ୟଟକ ରୁମ୍ ବୁକିଙ୍ଗ କରୁଛନ୍ତି ସେହି ଟଙ୍କା ସିଧାସଳଖ ସାଇବର ଅପରାଧୀଙ୍କ ପାଖକୁ ପଳାଉଛି। ପରେ ପୁରୀକୁ ଆସି ନିଜ ବୁକିଙ୍ଗ କରିଥିବା ହୋଟେଲକୁ ଯାଇ ନିରାଶ ହେଉଛନ୍ତି ପର୍ଯ୍ୟଟକ। ସେପଟେ ହୋଟେଲିୟର ଙ୍କ କହିବାକଥା ରୁମ୍ ବୁକିଙ୍ଗ ନାଁ ରେ ଅଧିକ ରିହାତି ପ୍ରଦାନ କରୁଥିବା ନକଲି ୱବ୍ ସାଇଟ ଜାଲରେ ନପଡ଼ି ବିଶ୍ବସ୍ତ ଏବଂ ଭରସା ଯୋଗ୍ୟ ଟ୍ରାଭେଲ୍ ୱବ୍ ସାଇଟ୍ କିମ୍ବା ଆପ୍ ମାଧ୍ୟମରେ ରୁମ୍ ବୁକିଙ୍ଗ କରିବା ପାଇଁ ଅନୁରୋଧ କରିଛନ୍ତି ହୋଟେଲିୟର।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More