ପୁରୀରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ତାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

58

Get real time updates directly on you device, subscribe now.

ପୁରୀ (ସଂଘର୍ଷ ମିଡିଆ) : ଆଜି କେନ୍ଦ୍ରାଞ୍ଚଳ ଆଇଜି ପୁରୀ ଗ୍ରସ୍ତ କରି ପୁରୀ ଏସପି ଓ ମନ୍ଦିରରେ ଡିଉଟିରେ ନିୟଜିତ ଥିବା ସମସ୍ତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଶ୍ରୀମନ୍ଦିର ନିକଟରେ ଥିବା ପୁଲିସ କ୍ଯାମ୍ପରେ ଏସପି କନୱର ବିଶାଲ ସିଂ ଓ ଶ୍ରୀମନ୍ଦିରର ନିୟୋଜିତ ସମସ୍ତ ପୁଲିସ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ତେବେ ଦୁଇଦିନ ମଧ୍ୟରେ ଭକ୍ତଙ୍କ ଦର୍ଶନ କିଭଳି ସୃଙ୍ଖଳିତ ଓ ସୁସଂଗଠିତ ହୋଇପାରିଛି ତାହା ପଚାରି ବୁଝିଥିଲେ। ସେପଟେ ଭକ୍ତ ମାନଙ୍କ ଠାରୁ କୀୱାର କୋଡ୍ ମାଧ୍ୟମରେ ଆସିଥିବା ଫିଡବ୍ଯାକ ଉପରେ ମଧ୍ୟ ତର୍ଜମା କରାଯାଇଛି। ଆଗାମୀ ପଞ୍ଚୁକ ତିନି ଦିନ ବିଶେଷକରି ପଞ୍ଚୁକ ପୂର୍ଣ୍ଣିମାରେ ଯେଭଳି ଭକ୍ତ ମାନଙ୍କର କୌଣସି ପ୍ରକାର ସମସ୍ଯା ନହୁଏ ତାହା ଉପରେ ଗୁରୁତ୍ୱ ଦେଇ ଆଇଜି ଉପସ୍ଥିତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More