ପୁରୀରେ ବିଶ୍ୱ ଏଡ୍ସ ଦିବସ ପାଳିତ

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଆଜି ହେଉଛି ବିଶ୍ୱ ଏଡ୍ସ ଦିବସ । UNISEF ଦ୍ୱାରା ଦିଆଯାଇଥିବା ଏକ ତଥ୍ୟ ଅନୁଯାୟୀ ବିଶ୍ୱର ପ୍ରାୟ ୪୦ ମିଲିୟନ ଲୋକ ପ୍ରତିବର୍ଷ ଏହି ମାରାତ୍ମକ ରୋଗଦ୍ୱାରା ସଂକ୍ରମିତ ହୁଅନ୍ତି । ଚିକିତ୍ସା ବିଜ୍ଞାନରେ ଏହି ରୋଗପାଇଁ ଏପର୍ଯ୍ୟନ୍ତ କୋୖଣସି ସଫଳତା ପୂର୍ବକ ଔଷଧ ବାହାର କରାଯାଇନାହିଁ ତେଣୁ ରୋଗ ଠାରୁ ନିଜକୁ ଦୂରେଇ ରଖିବା ହିଁ ଏକମାତ୍ର ଚିକିତ୍ସା ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ୨୦୨୧ ମସିହାରେ ଏଡ଼ସ ଦ୍ୱାରା ୬.୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ତେବେ ଏହିପରି ମାରାତ୍ମକ ରୋଗକୁ ପ୍ରତିହତ କରିବାର ସକଳ୍ପକୁ ନେଇ ପ୍ରତିବର୍ଷ ଡିସେମ୍ବର ୧ ତାରିଖ ଦିନ ପାଳିତ ହୋଇଥାଏ ବିଶ୍ୱ ଏଡ଼ସ ଦିବସ । ଚଳିତ ବର୍ଷ ଏଡ଼ସ ଦିବସ ଅବସରରେ ପୁରୀ ବଡ ଦାଣ୍ଡରେ ଏକ ଶୋଭାଯାତ୍ରା କରି ବାର୍ତ୍ତା ରଖିଛନ୍ତି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଛାତ୍ର ଛାତ୍ରୀ ଏବଂ ସ୍ବେଛାସେବୀ ଅନୁଷ୍ଠାନ ପିନକୋଡ଼ ସଦସ୍ୟ ମାନେ l ଆମେ ରୋଗୀକୁ ଘୃଣା ନକରି ରୋଗକୁ ଘୃଣା କରିବା ଭଳି ସ୍ଲୋଗାନ ଦେଇ ଏଡ୍ସ ଦିବସ ରେ ସହରବାସୀଙ୍କୁ ସଚେତନ କରାଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More