ପୁରୀରେ ପାରମ୍ପରିକ କୁସ୍ତି ଯୁଦ୍ଧ କଳା ପ୍ରଦର୍ଶନ

11

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଶ୍ରୀକ୍ଷେତ୍ର ପୁରୀର ପରମ୍ପରା ନିଆରା । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ପ୍ରତେକ ଅନୁଷ୍ଠାନର ରୀତିନୀତି ମଧ୍ୟ ସ୍ୱତନ୍ତ୍ର । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ଜାଗାଆଖଡାରେ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଇଛି। ପରେ ସେବାୟତ ଘରର ଯୁବକ ମାନେ ପାରମ୍ପରିକ କୁସ୍ତି ଯୁଦ୍ଧ କଳା ପ୍ରଦର୍ଶନ କରିଛନ୍ତି। ସେହିପରି ବିଭିନ୍ନ ବ୍ୟାୟାମ କସରତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପରେ ପଣା ଛତୁଆ ଖାଇ ମହାବୀରଙ୍କ ଆଶୀର୍ବାଦ ନେଇଛନ୍ତି। ବିଭିନ୍ନ ବ୍ୟାୟାମ ଉପକରଣ ପୂଜା ମଧ୍ୟ କରିଛନ୍ତି । ଅତୀତରେ ରାଜା ମହାରାଜାଙ୍କ ଶାସନ ସମୟରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ସେବାୟତ ଘରର ଯୁବକ ମାନେ ନେଉଥିଲେ। ଏଥି ପାଇଁ ନିଜ ଶରୀରଚର୍ଯ୍ୟାକୁ ବଜାୟ ରଖିବା ପାଇଁ ବିଭିନ୍ନ ବ୍ୟାୟାମ କସରତ କରିବା ସହ ପାରମ୍ପରିକ କୁସ୍ତି ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରୁଥିଲେ। ସେଥିପାଇଁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ସାହିରେ ଜାଗାଆଖଡା ଘର ନିର୍ମାଣ ହୋଇଥିଲା । ସେଠାରେ ସେବାୟତ ଘରର ଯୁବକ ମାନେ ବିଭିନ୍ନ ବ୍ୟାୟାମ କରି ନିଜ ଶରୀରକୁ ଶକ୍ତିଶାଳୀ କରି ବିଭିନ୍ନ ଯୁଦ୍ଧ ବିଦ୍ୟାର ଜ୍ଞାନ ଆରୋହଣ କରୁଥିଲେ। ସେହି ପରମ୍ପରାକୁ ଉଜିବିତ ରଖିବା ପାଇଁ ଆଜି ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ବିଭିନ୍ନ ଜାଗା ଘରେ ପ୍ରଭୂ ହନୁମାନଙ୍କୁ ପ୍ରଥମେ ପୂଜାର୍ଚ୍ଚନା ପରେ ବିଭିନ୍ନ କୁସ୍ତି କସରତ ବ୍ୟାୟାମ ଅନୁଷ୍ଠିତ ହୋଇଥାଏ।ସେପଟେ ଆଜି ମଧ୍ଯ ମହାବିଷୁବ ସଂକ୍ରାନ୍ତି । ଓଡିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ। ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିଥାଏ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ହନୁମାନ ମନ୍ଦିର =କୁ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇ ଥାଏ । ସେହିପରି ଆଜି ପଣା ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ନୂଆ ପଞ୍ଜୀକା କାର୍ଯ୍ୟକାରି ହୋଇ ଥାଏ । ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥାଏ । ଆଜି ଠାରୁ ନୁତନ ପଞ୍ଜିକା ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଧାର୍ଯ୍ୟ ହୋଇ ଥିବା ଦିବସ ଅନୁଯାୟୀ ସବୁ ସାମାଜିକ କାର୍ଯ୍ୟ ହୋଇ ଥାଏ । ଆଜି ପଣା ସଂକ୍ରାନ୍ତି ଅଵସରରେ ନୁତନ ପଞ୍ଜିକା ଓଡିଶା ରେ ଲାଗୁ ହେଉଥିବା ଯୋଗୁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ସାରା ଓଡ଼ିଶାରେ ପାଳନ କରାଯାଏ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ ଆନନ୍ଦିତ ହୋଇ ଛନ୍ତି । ସାରା ବିଶ୍ୱରେ ଶାନ୍ତି , ମୈତ୍ରୀ , ଭାତୃଭାବ , ଭାଇଚାରା ବଜାୟ ରହୁ ବୋଲି ମହାପ୍ରଭୁଙ୍କ ନିକଟରେ ଭକ୍ତ ପ୍ରାର୍ଥନା କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More