ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ

33

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : _ ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ। ନୟାଗଡ ରେଞ୍ଜ ମହିପୁରରୁ ଆସିଛି ରଥକାଠ। ସମୁଦାୟ ୨୫ ଖଣ୍ଡ କାଠ ଆସି ପହଞ୍ଚିଛି। ଏଥିରେ ୨୩ ଖଣ୍ଡ ୪୦ ଫୁଟିଆ ଅସନ, ୨ ଖଣ୍ଡ ୪୦ ଫୁଟିଆ ଧଉରା କାଠ ରହିଛି। ତେବେ ଆଗକୁ ପର୍ଯ୍ୟାୟ କ୍ରମେ ସମସ୍ତ କାଠ ଆସି ପହଞ୍ଚିବ। ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଏହି ସୂଚନା ଦେଇଛନ୍ତି। ତେବେ ଗତ ରାମନବମୀ ଅବସରରେ ରଥକାଠ ଚିରଟର ଶୁଭ ଅନୁକୂଳ ହେବାର ପରମ୍ପରା ଥିବାରୁ ଶ୍ରୀମନ୍ଦିରରୁ ଲାଗି ମାଳ ମହାପ୍ରସାଦ ନେଇ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିଥିଲେ। କଟକ ଖପୁରିଆ ସ୍ଥିତ କରତକଳରେ ଗତ ପବିତ୍ର ରାମନବମୀ ତିଥିରେ ମାଳ ମହାପ୍ରସାଦ ଲାଗି ପରେ ତିନୋଟି ଧଉରା କାଠର ଚିରଟ କାର୍ଯ୍ୟ ଆରମ୍ଭ ହୋଇଥଲା। ତେବେ ଆସନ୍ତା ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ ଅନୁକୂଳ ହେବାର ପରମ୍ପରା ରହିଛି।‌

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More