ପୁରୀରେ ନିର୍ବାଚନ ପରିପ୍ରେକ୍ଷୀରେ ଫ୍ଲାଗ ମାର୍ଚ୍ଚ

129

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ସହରରେ ଆଜି ସୁରକ୍ଷା ବଳ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ପୋଲିସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ସିଂହ ଦ୍ଵାର ଠାରୁ ବାହାରି ଶ୍ରୀମନ୍ଦିର ଚତୁର୍ପାଶ୍ୱ ଓ ବଡଦାଣ୍ଡ ଦେଇ ଶରଧାବାଲି ପର୍ଯ୍ୟନ୍ତ ଯାଇଥିଲା। ନିର୍ବାଚନ ଅବ୍ୟବହିତ ପୂର୍ବରୁ ଶୃଙ୍ଖଳା ରକ୍ଷା ସହ ଲୋକ ମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ସୃଷ୍ଟି ଏହି ଫ୍ଲାଗ ମାର୍ଚ୍ଚର ଉଦ୍ଦେଶ୍ୟ। ଜିଲ୍ଲାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ସଶସ୍ତ୍ର ବାହିନୀ ଓ ପୋଲିସ ମିଳିତ ଭାବେ ଫ୍ଲାଗ ମାର୍ଚ୍ଚ କରିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନକୁ ମୁକ୍ତ,ଅବାଧ , ନିରପେକ୍ଷ ଓ ନିର୍ଭୀକ ଭାବେ ପରିଚାଳନା କରିବା ପ୍ରଶାସନର ଲକ୍ଷ୍ୟ।ଏଥିପାଇଁ ସମସ୍ତ ଉଦ୍ୟମ କରାଯାଉଛି।ତେଣୁ ସମସ୍ତ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ବିବେକାନୁମୋଦିତ ଭାବେ ସାବ୍ୟସ୍ତ କରିବାକୁ ଜିଲ୍ଲାପାଳ ଓ ଏସପି ଅନୁରୋଧ କରିଛନ୍ତି । ଏହି ଫ୍ଲାଗ ମାର୍ଚ୍ଚରେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More