ପୁରୀରେ ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

49

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଦୁର୍ଗାପୂଜା ଓ ଭସାଣୀ ଉତ୍ସବ କୁ ଶାନ୍ତି ଶୃଙ୍ଖଳାର ସହ ସମ୍ପର୍ଣ୍ଣ କରିବା ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମର୍ଥ ବର୍ମା ଦୁର୍ଗାପୂଜା ଆନନ୍ଦ ଉଲ୍ଲାସର ପର୍ବ ହୋଇଥିବାରୁ ପ୍ରତ୍ୟେକ ଶୃଙ୍ଖଳା ର ସହ ଏହାକୁ ପରିଚାଳନା କରିବାକୁ ଅନୁରୋଧ କରିଥିଲେ।ଗତବର୍ଷ ସମସ୍ତଙ୍କ ସହଯୋଗ ରେ ପୂଜା ଓ ଭସାଣୀ ଶୃଙ୍ଖଳା ର ସହ ସମାପନ ହୋଇ ଥିବାରୁ ଜିଲ୍ଲାପାଳ ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ଓ ବିଭିନ୍ନ ବିଭାଗକୁ ଧନ୍ୟବାଦ ଜଣାଇଥିଲେ। ବୈଠକ ର ନିଷ୍ପତ୍ତି ଅନୁସାରେ ଦଶହରା ଅକ୍ଟୋବର ୨୪ ତାରିଖରେ ଓ ଭସାଣୀ ଉତ୍ସବ ୨୫ ତାରିଖରେ ଅନୁଷ୍ଠିତ ହେବ। ଅକ୍ଟୋବର ୨୦ ତାରିଖରେ ଷଷ୍ଠୀ,୨୧ ତାରିଖରେ ମହାସପ୍ତମୀ, ୨୨ ତାରିଖରେ ମହାଷ୍ଟମୀ, ୨୩ ତାରିଖରେ ନବମୀ ଅନୁଷ୍ଠିତ ହେବ। ପୂଜା ସମୟରେ ପ୍ରତ୍ୟେକ ପୁଜା କମିଟି ଉପଯୁକ୍ତ କର୍ତ୍ତୃପକ୍ଷ ଙ୍କ ଠାରୁ ଅନୁମତି ନେବା ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା, ରାସ୍ତା ଅବରୋଧ ନ କରିବା, ସ୍ୱଛତା ବ୍ୟବସ୍ଥା କରିବେ।ଭସାଣୀ ଦିନ ସିଂହଦ୍ୱାର ଠାରେ ସମସ୍ତ ମେଢ଼ ଗୁଡିକ ଏକତ୍ରିତ ହେବେ। ସେଠାରେ ମେଢ ପ୍ରଦର୍ଶନ କରାଯିବା ପରେ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ। ମେଢ ଗୁଡିକ ପୌରପାଳିକା ପକ୍ଷରୁ ପ୍ରସ୍ତୁତ ଶ୍ରୀ ସେତୁ ନିକଟ ମୂଷା ନଈର ଅସ୍ଥାୟୀ ପୋଖରୀରେ ବିସର୍ଜିତ ହେବେ।ରାସ୍ତା ଘାଟରେ, ବିସର୍ଜନ ସ୍ଥଳରେ ମୁନିସିପାଲ୍ଟି ପକ୍ଷରୁ ଆଲୋକ ବ୍ୟବସ୍ଥା, କ୍ରେନ ବ୍ୟବସ୍ଥା, ଆରକ୍ଷୀ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା,ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ଓ କୌଣସି ଦୁର୍ଘଟଣା ପାଇଁ ପଦକ୍ଷେପ ନେବା,ପୂଜା ଓ ଭସାଣୀ ସମୟରେ ପାନୀୟ ଜଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଇତ୍ୟାଦି ବ୍ୟବସ୍ଥା ସମ୍ପୃକ୍ତ ବିଭାଗ ମାନେ କରିବାକୁ ଅନୁରୋଧ କରାଗଲା।ପୂଜା କମିଟି ମାନେ ଶୃଙ୍ଖଳାରକ୍ଷା ଓ ସୁରକ୍ଷା ପାଇଁ ସ୍ୱଛାସେବୀ ନିୟୋଜନ କରିବା,ସି ସି ଟିଭି ଲଗାଇବା, ପୂଜା କମିଟି ର ସ୍ୱଛାସେବୀ ଙ୍କୁ ଚିହ୍ନଟ ପାଇଁ ପରିଚୟ ପତ୍ର ବ୍ୟବସ୍ଥା କରିବା କୁ ଅନୁରୋଧ କରାଯାଇଥିଲା। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଏସ ପି ଦେବବ୍ରତ ଚକ୍ର,ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ମନୋଜ କୁମାର ବେହେରା, ଡେପୁଟି କଲେକ୍ଟର ରାମଚନ୍ଦ୍ର ପଟ୍ଟନାୟକ, ପ୍ରିୟଦର୍ଶିନୀ ମଲ୍ଲିକ, ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଥାନା ର ଆଇଆଇସି, ପୂଜା କମିଟିର ବରିଷ୍ଠ କର୍ମକମର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More